ପଦ୍ମ ଶିବିରରେ ରବିନ୍ଦ୍ର ଜେନା

add-all

ଭୁବନେଶ୍ଵର: ବିଜେପି ଶିବିରରେ ସାମିଲ  ହେଲେ ବାଲେଶ୍ଵର ପୂର୍ବତନ ସାଂସଦ ରବିନ୍ଦ୍ର ଜେନା । ବିଜେପିର ରାଜ୍ୟ କାର୍ଯ୍ୟାଳୟରେ  ମିଶ୍ରଣ ପର୍ବରେ ଯୋଗ ଦେଲେ ବାଲେଶ୍ଵର ପୂର୍ବତନ। ଶତାଧିକ ସମର୍ଥକଙ୍କ ବିରାଟ ପଟୁଆରରେ ଆସି ପଦ୍ମ ଧରିଲେ ରବିନ୍ଦ୍ର। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ। ଏହି ମିଶ୍ରଣ ପର୍ବରେ ବାଲେଶ୍ବର ଜିଲାର ବିଜେଡିର ଆଗଧାଡିର ନେତୃତ ମଧ୍ୟ ସାମିଲ ହୋଇଛନ୍ତି।

ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟତାରୁ ସଂଧ୍ୟାରେ ଇସ୍ତଫା ଦେବାପରେ ରାଜନୀତିକ ମହଲରେ ଏକ ଆଲୋଡନ ସୃଷ୍ଟି ହୋଇଛି । ସେ  ବ୍ୟକ୍ତିଗତ କାରଣ ଓ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଦଳ ଛାଡ଼ିଥିବା ସେ ଇସ୍ତଫା ପତ୍ରରେ ଦର୍ଶାଇଥିଲେ। ଗତକାଲି ତାଙ୍କ ଇସ୍ତଫା ପରେ ସେ କେଉଁ ଦଳକୁ ଯିବେ ଅଦ୍ୟାବଧି ସ୍ପଷ୍ଟ କରିନଥିଲେ। କିନ୍ତୁ  ସେ ଆଜି ପଦ୍ମ ଶିବିରରେ ଯୋଗ ଦେଇଛନ୍ତି।  ଏମିତିକି ସେ  ଦଳ ଛାଡ଼ିବା ଓ ବିଜେପିରେ ଯୋଗ ଦେବା ନେଇ ଗତ ଦେଢ଼ବର୍ଷ ଧରି ଜିଲାରେ ବେଶ୍‌ ଆଲୋଚନା ହେଉଥିଲା

ad-week
Leave A Reply

Your email address will not be published.