ATM କାଉଣ୍ଟରରେ ପଶିଲା ବାରହା, ଗ୍ରାହକ ନାକେଦମ

newyr25

ଆଠଗଡ : ATM ଭିତରେ ବାରହା । ଘଉଡ଼ାଇବା ପାଇଁ ବନ ବିଭାଗ ସହ ସ୍ଥାନୀୟ ଲୋକେ ନାକେଦମ । ଆଠଗଡ଼ ରେଞ୍ଜ ଅନ୍ତର୍ଗତ ମାଧପୁର ନିକଟରେ ଥିବା ATM ଭିତରେ ଏକ ବାରହା ପଶିଯିବା ପରେ ଏଭଳି ଦୁଶ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଥମେ ବାରହାଟି ସ୍ଥାନୀୟ ଜଙ୍ଗଲ କଡରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡି ଯାଇଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ତା ମଧ୍ୟରୁ ଗୋଟିଏ ବାରହା ଦୌଡ଼ି ଦୌଡ଼ି ପୁରୁଣା କଟକ ସମ୍ବଲପୁର ମୁଖ୍ୟ ରାସ୍ତାର ମାଧପୁର ମେଡିକାଲ ନିକଟରେ ଥିବା ଏଟିଏମକୁ ପଶିଯାଇଥିଲା । ଯାହାକୁ ଉଦ୍ଧାର କରିବା ପାଇଁ ନାକେଦମ ହେବାକୁ ପଡିଥିଲା ।

ସୂଚନାଯୋଗ୍ୟ, ଦୁଇ ଜଣଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା ବାରହା । କେନ୍ଦ୍ରାପଡ଼ା ରାଜନଗର ଭିତରକନିକା ନିକଟ ଡାଙ୍ଗମାଳ ଅଞ୍ଚଳରେ ବାରହା ଆତଙ୍କ ଖେଳିଯାଇଥିଲା । ଗତକାଲି ସନ୍ଧ୍ୟାରାଣୀ ଗିରି ନାମକ ଜଣେ ମହିଳା ବାଡ଼ିରେ କାମ କରୁଥିବା ସମୟରେ ବାରହା ଆକ୍ରମଣ କରିଥିଲା ।

ସେହିପରି ତ୍ରିଲୋଚନ କଅଁର ବିଲକୁ ଯିବା ସମୟରେ ବାରହା ଆକ୍ରମଣର ଶୀକାର ହୋଇଥିଲେ । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଭିତରକନିକା ଅଞ୍ଚଳରେ ବାରହା ଆକ୍ରମଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ।

Leave A Reply

Your email address will not be published.