
ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ । ମନୀଷ ଅଗ୍ରୱାଲ ହେଲେ ସମବାୟ ସମିତିର ନିବନ୍ଧକ । ସ୍ମୃତିରଂଜନ ପ୍ରଧାନ ହେଲେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ । ସିଦ୍ଧାର୍ଥ ଦାସ ହେଲେ ମତ୍ସ୍ୟ ସଂପଦ ବିଭାଗର ନିର୍ଦ୍ଦେଶକ । ସେହିପରି ମଧୁସ୍ମିତା ସାହୁ ଶିକ୍ଷକ ଶିକ୍ଷା ଅନୁସନ୍ଧାନ ଓ ତାଲିମ ପରିଷଦର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସୋମେଶ ଉପାଧ୍ୟାୟଙ୍କୁ ବୟନ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି । ପ୍ରଥମେଶ ଅରବିନ୍ଦ ରାଜସିର୍କେ ହେଲେ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଅକବରମ୍ ସସ୍ୟ ରେଡ୍ଡୀ ବ୍ରହ୍ମପୁର ମହାନିଗର ନିଗମର କମିଶନର ହୋଇଛନ୍ତି ।