ତୈଳ ସଂକଟର ସମାଧାନ ଲାଗି ଇରାନ ପ୍ରତିପକ୍ଷଙ୍କ ସହ କଥା ହେ​ଲେ ଜୟଶଙ୍କର

add-all

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଭାରତରେ ​ଦେଖାଯାଇଥିବା ତୈଳ ସଂକଟର ସମାଧାନ ଲାଗି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କର ଇରାନ ପ୍ରତିପକ୍ଷ ଆବାସ ଆରାଗଚିଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ସମସ୍ୟା ଆରମ୍ଭ ପରଠାରୁ ଜୟଶଙ୍କର ତାଙ୍କ ଇରାନ ପ୍ରତିପକ୍ଷଙ୍କ ସହିତ ୩ଥର କଥା ହୋଇସାରିଲେଣି। କଥାବାର୍ତ୍ତା କାଳରେ ହର୍ମୁଜ ପ୍ରଣାଳୀ ଦେଇ ଭାରତକୁ କିପରି ସୁରକ୍ଷିତ ତୈଳ ଯୋଗାଣ ହୋଇପାରିବ ସେ ବାବଦରେ ଜୟଶଙ୍କର ଆଲୋଚନା କରିଛନ୍ତି। ତୈଳ ପରିବହନ କରୁଥିବାର ଭାରତୀୟ ଜାହାଜଗୁଡିକ ହର୍ମୁଜ ପ୍ରଣାଳୀ ଦେଇ କିପରି ସୁରକ୍ଷିତ ଯାତ୍ରା କରିବେ ସେ ସମ୍ପର୍କରେ ଜୟଶଙ୍କର ଗୁରୁତ୍ବାରୋପ କରିଛନ୍ତି।

ad-week
Leave A Reply

Your email address will not be published.