ମାସିକ ଧର୍ମ ବେଳେ ମହିଳାଙ୍କ ଛୁଟି ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

add-all

ନୂଆଦିଲ୍ଲୀ : ମାସିକ ଧର୍ମ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ପ୍ରଦାନ କରିବା ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ଏହି ମାମଲାକୁ ବିଚାର କରିବାକୁ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି, “ମହିଳାମାନଙ୍କୁ ଏତେ ଦୁର୍ବଳ ଭାବନ୍ତୁ ନାହିଁ ।” ଯଦି ପେଡ୍ ପିରିୟଡ଼୍ ଲିଭକୁ ବାଧ୍ୟତାମୂଳକ କରାଯାଏ, ତେବେ କେହି ସେମାନଙ୍କୁ ନିଯୁକ୍ତି ଦେବାକୁ ଇଚ୍ଛୁକ ହେବେ ନାହିଁ । ଏମିତି ହେଲେ ଆଗକୁ ମହିଳାମାନଙ୍କୁ ଚାକିରି ମିଳିବାରେ ସମସ୍ୟା ଦେଖାଦେବ ।

ମାମଲାର ଶୁଣାଣି ସମୟରେ, ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ପର୍ଯ୍ୟବେକ୍ଷଣ କରିଥିଲେ ।, ଏପରି ଆବେଦନଗୁଡ଼ିକ ମହିଳାମାନଙ୍କୁ ଦୁର୍ବଳ ଭାବରେ ଚିତ୍ରଣ କରେ ଏବଂ ମାସିକ ଧର୍ମକୁ ଏକ ନକାରାତ୍ମକ ଭାବେ ଦର୍ଶାଇଥାଏ । ସିଜେଆଇ କହିଛନ୍ତି ଯେ, ଏହା କର୍ମକ୍ଷେତ୍ର ମଧ୍ୟରେ ମହିଳାଙ୍କ କ୍ୟାରିୟର ପ୍ରଗତି ଉପରେ କ୍ଷତିକାରକ ପ୍ରଭାବ ପକାଇପାରେ ।

ସୁପ୍ରିମକୋର୍ଟ କହିଛନ୍ତି, ଆବେଦନକାରୀ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଏକ ସ୍ମାରକପତ୍ର ଦାଖଲ କରିସାରିଛନ୍ତି । ସରକାରଙ୍କ କଥା ଉଲ୍ଲେଖ କରି କୋର୍ଟ ପରାମର୍ଶ ଦେଇଛନ୍ତି ଯେ, କାର୍ଯ୍ୟନିର୍ବାହୀ ସମସ୍ତ ପ୍ରାସଙ୍ଗିକ ସରକାରୀ ସଂସ୍ଥା ଏବଂ ପ୍ରତିଷ୍ଠାନ ସହିତ ପରାମର୍ଶ କରିବା ପରେ ଏକ ଉପଯୁକ୍ତ ଢାଞ୍ଚା ପ୍ରସ୍ତୁତ କରିପାରିବେ । ସିଜେଆଇ ସୂର୍ଯ୍ୟକାନ୍ତ ଆବେଦନକାରୀଙ୍କୁ କହିଥିଲେ, “ମହିଳାମାନଙ୍କ ବୃତ୍ତିଗତ ଅଭିବୃଦ୍ଧି ଏବଂ ପରିପକ୍ୱତା ସମ୍ପର୍କରେ ଏହା କର୍ମକ୍ଷେତ୍ରରେ କି ପ୍ରକାରର ମାନସିକତାକୁ ପ୍ରୋତ୍ସାହିତ କରେ ତାହା ଆପଣ ଜାଣି ନାହାଁନ୍ତି । ଏହାଦ୍ବାରା ମହିଳାଙ୍କ କ୍ୟାରିଅର ଉପରେ ନକାରାତ୍ମକ ପ୍ରଭାବ ପଡିବ ।

ad-week
Leave A Reply

Your email address will not be published.