ବଢ଼ିଲା CPET ପରୀକ୍ଷା ପାଇଁ ଆବେଦନ ଅବଧି

add-all

ଭୁବନେଶ୍ବର: CPET ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମା ବଢିଲା । ଆବେଦନର ସମୟ ସୀମାକୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । CPET ପରୀକ୍ଷା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୧୮ ତାରିଖ ରାତି ୧୧.୪୫ ଘଟିକା ପର୍ଯ୍ୟନ୍ତ ସାମ୍ସ (SAMS) ପୋର୍ଟାଲକୁ ଯାଇ ନିଜର CAF ପୂରଣ କରିପାରିବେ।

ସୂଚନା ଅନୁସାରେ,ପୂର୍ବରୁ CPET ପରୀକ୍ଷା ଆବେଦନ ପାଇଁ ମାର୍ଚ୍ଚ ୧୫ ତାରିଖ ଶେଷ ତାରିଖ ରହିଥିଲା।

୨୦୨୬-୨୭ ଶିକ୍ଷାବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ପ୍ରଥମେ ଛାତ୍ରୀଛାତ୍ରମାନଙ୍କୁ CPET ପରୀକ୍ଷା ଦେବାକୁ ପଡ଼ିବ । ଏପ୍ରିଲ ମାସ ୨୭ ତାରିଖରୁ ମେ’ ମାସ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ମାର୍କ ଆଧାରରେ ଛାତ୍ରୀଛାତ୍ରମାନଙ୍କୁ ପାଠ୍ୟକ୍ରମ ପାଇଁ ଚୟନ କରାଯିବ।

ad-week
Leave A Reply

Your email address will not be published.