ଘରୋଇ ଗ୍ୟାସ ବହୁଳ ଭାବେ ହୋଟେଲ ରେ ବ୍ୟବହାର ସାଧରଣ ଜନତା ହନ୍ତସନ୍ତ…..!

add-all

ଗ୍ୟାସ କୁ ମୋହରା କରି ଚାହା ଦୋକାନୀ ଠାରୁ ହୋଟେଲ ଯାଏ ଗ୍ରାହକ କୁ ଲୁଟୁ ଛନ୍ତି..

ଯୋଗାଣ ବିଭାଗ ଚେଇଁ ଶୋଇଛି….! ମାର ମାର ଭଣ୍ଡାରୀକୁ ମାର ନୀତିରେ ପ୍ରଶାସନ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋଣ ଅନୁକୋଣ ରେ ଗ୍ୟାସ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପଲ୍ଲୀ ରୁ ସହର ପର୍ଯ୍ୟନ୍ତ ଛୋଟ ବଡ଼ ଜଳଖିଆ ଦୋକାନ ଠାରୁ ବଡ଼ ବଡ଼ ନାମୀ ଦାମୀ ହୋଟେଲ ରେ ଘରୋଇ ଗ୍ୟାସ ବ୍ୟବହାର ହେବାର ନଜିର ରହିଛି। କମରସିଆଲ ଗ୍ୟାସ ସ୍ୱଳ୍ପ ହୋଟେଲ ଗୁଡ଼ିକ ରେ ବ୍ୟବହାର ହେଉଛି। ବଜାର ରେ ଗ୍ୟାସ ନମିଳିବା ଫଳରେ ଅଧିକାଂଶ ନାମୀ ଦାମୀ ହୋଟେଲ ରେ ଘରୋଇ ଗ୍ୟାସ ଏବେବି ବ୍ୟବହାର ହେଉଛି। ଆଜି ସୁଦ୍ଧା ଯୋଗାଣ ବିଭାଗ ପକ୍ଷରୁ କୌଣସି ନାମୀ ଦାମୀ ହୋଟେଲ ଉପରେ ଚଢ଼ାଉ ହୋଇନାହିଁ। ଡବଲ ଇଞ୍ଜିନ ସରକାର ଏବେ ରାଜ୍ୟସଭା ନିର୍ବାଚନ ରେ ବ୍ୟସ୍ତ ଥିବା ବେଳେ ସରକାରୀ ବାବୁ ମାନେ ମଉଜ ମଜଲିଶ ରେ ବ୍ୟସ୍ତ ଥିବା ନେଇ ଆଲୋଚନା ହେଉଛି। କେତେକ ହୋଟେଲ କମରସିଆଲ ଗ୍ୟାସ ଦର ବୃଦ୍ଧିର ଦ୍ୱାହି ଦେଇ ଅନେକ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି କରିଛନ୍ତି, ଏପରିକି ଚାହା ଦୋକାନୀ ମଧ୍ୟ ୫ ଟଙ୍କାରେ ମିଳୁଥିବା ଚାହା ବର୍ତ୍ତମାନ ୧o ଟଙ୍କା କୁ ବୃଦ୍ଧି କଲେଣି l ସରକାର ଗ୍ୟାସ କଳା ବଜାରୀ ଉପରେ ଧ୍ୟାନ ନଦେଲେ ସାଧରଣ ଲୋକଙ୍କୁ ଆଉ ସହଜ ରେ ଗ୍ୟାସ ମିଳିବ ନାହିଁ। ପ୍ରଶାସନିକ ଅଧିକାରୀ ମାନଙ୍କୁ ଚେତାବନୀ ଦେଇ ସରକାର ବିଭିନ୍ନ ହୋଟେଲ ଉପରେ ଚଢ଼ାଉ ଜୋର ଦାର କରିବା ପାଇଁ ବୁଦ୍ଧିଜୀବୀ ମହଲ ରୁ ଦାବୀ ହେଉଛି। ସୂଚନା ଥାଉକି ଆଜି ବ୍ରହ୍ମପୁର ବିଏମସି ତରଫରୁ ଏକ ହୋଟେଲ ରେ ଚଢ଼ାଉ କରି କିଛି ଗ୍ୟାସ ସିଲିଣ୍ଡର ଜବତ କରିଛି ସତ କିନ୍ତୁ ଏହା ଅଗ୍ରାମୀ ସୂଚନା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ପ୍ରଶାସନ ଦାମୀ ହୋଟେଲ ଉପରେ ଚଢ଼ାଉ କରିବାକୁ ଏତେ ଭୟ କାହିଁକି ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି l କଳା ବଜାରୀ ପାଇଁ ବୋଧେ ପ୍ରଶାସନ ସମୟ ଦେଉଛି ଯାହା ଫଳରେ ଗ୍ୟାସ ମାଫିଆ ଓ ଦଲାଲ ବର୍ତ୍ତମାନ ଜିଲ୍ଲା ରେ ସକ୍ରିୟ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.