ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ

add-all


ଆସିକା :-୧୫/୦୩/୨୬ ଦକ୍ଷିଣ ଓଡିଶା ର ଅଧିଷ୍ଠାତ୍ରୀ ତଥା
ଆସିକାର ଆରାଧ୍ୟ ଦେବୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ ହୋଇଛି lଅପରାହ୍ନ ମାହେନ୍ଦ୍ର ବେଳାରେ ତିଥି ଓ ନକ୍ଷତ୍ର ଅନୁଯାୟୀ ଶୁଭଖୁଣ୍ଟି ସ୍ଥାପନ ପାଇଁ ମା ଙ୍କ ଠାରେ ପୂଜା ଅର୍ଚନା ଅନୁଷ୍ଠିତ ହୋଇଥିଲା l ମା ଙ୍କ ଆଜ୍ଞା ମାଳ ଆସିବା ପରେ ଶୁଭଖୁଣ୍ଟି କୁ ମନ୍ଦିର ପରିକ୍ରମା କରିବା ପରେ ମନ୍ଦିର ବେଢା ମଧ୍ୟରେ ଥିବା ବୃକ୍ଷ ପୂଜା ସରିବା ପରେ ଧ୍ୱଜା ଵୃକ୍ଷ ଉପରେ ସ୍ଥାପନା କରାଯାଇଥିଲା।ପରିଚାଳନା କମିଟି, ପୂଜକ, ସାହିବସିନ୍ଦା ,ଯାତ୍ରା କମିଟି ସମୂହ ମିଶି ଶୁଭ ଖୁଣ୍ଟି ସ୍ଥାପନରେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ମନ୍ଦିର ପରିଚାଳନା କମିଟିର ସଭାପତି ସତ୍ୟନାରାୟଣ ସ୍ୱାଇଁ ଙ୍କ ପ୍ରତେକ୍ଷ ତତ୍ୱବାଧାନରେ ଏହା ସମ୍ପୂର୍ଣ ହୋଇଥିଲା।ମନ୍ଦିର ମୂଖ୍ୟ ପୂଜାରୀ ମନୋଜ ମୁନୀ,ଗଣପତି ମୁନୀ,ନରସିଂହ ମୁନୀ,ଅର୍ଚକ,ବାରିକ,ଯାତ୍ରା କମିଟି ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଚୈତ୍ର ପୂର୍ଣ୍ଣିମା ଠାରୁ ମାଙ୍କ ନଗର ପରିକ୍ରମା ଆରମ୍ଭ ହୋଇ ବୈଶାଖୀ ଯାତ୍ରା ଏପ୍ରିଲ ୨୬ରେ ଶେଷ ହେବା ନେଇ ବୈଠକରେ ସ୍ଥିରକୃତ ହୋଇଛି।ବୈଠକରେ କମିଟି ସଭ୍ୟ,ସଚ୍ଚିଦାନନ୍ଦ ଖଟେଇ,ଯାତ୍ରାକମିଟି ସଭାପତି ନିମେଇ ପାଣିଗ୍ରାହୀ, ଅର୍ଚକ,ବାରିକ, ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.