ବାପାଙ୍କ ଶବଦାହ ସାରି ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ପୁଅ

newyr25

ଢେଙ୍କାନାଳ: ବାପାଙ୍କ ଶବଦାହ ସାରି ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ପୁଅ । ଢେଙ୍କାନାଳ ଜିଲ୍ଲା କୋରିଆଁ ଗାଁରେ ଦୁଃଖଦ ଘଟଣା ଘଟିଛି । ମୃତକ ହେଲେ କୋରିଆ ଗାଁର ସୁଶାନ୍ତ ସାହୁ। ସୁଶାନ୍ତଙ୍କ ବାପା ବୁଲା ସାହୁଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ହୋଇଲା । ତେବେ ବନ୍ଧୁ , ବାନ୍ଧବ , ସମ୍ପର୍କୀୟ ୩ପୁଅ ମିଶି ବାପାଙ୍କ ଶବଦାହ କରିଆଁ ସ୍ଥିତ ମଶାଣିରେ କରିଥିଲେ । ଶବ ଦାହ ସାରି ସମସ୍ତେ ଗ୍ରାମ ନିକଟସ୍ଥ ଶିବ ମନ୍ଦିର ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ସୁଶାନ୍ତ ବୁଡିଯାଇଥିଲେ । ସମ୍ପର୍କୀୟ ମାନେ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣାରେ ପରିବାର , ସମ୍ପର୍କୀୟ ମାନେ ଭାଙ୍ଗି ପଡିବା ସହ ଏକ ଶୋକା କୂଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.