ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ସୁରକ୍ଷା ମୁଖ୍ୟ ଲାରିଜାନି ନିହତ

newyr25

ନୂଆଦିଲ୍ଲୀ : ଇସ୍ରାଏଲ୍-ଇରାନ ଯୁଦ୍ଧ ୧୫ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ଇରାନର ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଛି । ଖାମେନେଇଙ୍କ ପରେ ଇରାନର ବରିଷ୍ଠ ଏବଂ ଜଣେ ପ୍ରଭାବଶାଳୀ ନେତା ଅଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଇସ୍ରାଏଲ ଦାବି କରିଥିଲା ଯେ, ତେହେରାନରେ ହୋଇଥିବା ଏୟାରଷ୍ଟ୍ରାଇକରେ ଅଲୀ ଲାରିଜାନିଙ୍କର ମୃତ୍ୟୁ ହୋଇଛି । ଖାମେନେଇଙ୍କ ପରେ ଲାରିଜାନିଙ୍କ ମୃତ୍ୟୁ ଇରାନ ପାଇଁ ବଡ଼ ଝଟକା ଲାଗିଛି ।

ସୋମବାର ରାତିରେ ଇରାନର ରାଜଧାନୀ ତେହରାନ୍ ସମେତ ଅନେକ ସହର ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଏହି ସମୟରେ ଇରାନର କ୍ଷମତାଶାଳୀ ଅଧିକାରୀ ଅଲୀ ଲାରିଜାନିଙ୍କୁ ଟାର୍ଗେଟ୍ କରାଯାଇଥିଲା । ଏବେ ଇରାନ ପକ୍ଷରୁ ଏ ସଂପର୍କରେ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଲାରିଜାନିଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛି ତେହରାନ ।

ଲାରିଜାନିଙ୍କୁ ଇରାନର ପୂର୍ବତନ ସୁପ୍ରିମଲିଡର ଆୟୋତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଅତି ଘନିଷ୍ଠ ଥିଲେ । ୧୨ ବର୍ଷ ଧରି ସେ ସଂସଦର ବାଚସ୍ପତି ରହିଥିଲେ । ଅଲ୍ଲୀ ଖାମେନେଇଙ୍କ ହତ୍ୟା ଏବଂ ନୂଆ ସୁପ୍ରିମ ଲିଡର ମୋଜତବାଙ୍କ ସାର୍ବଜନୀନ ଅନୁପସ୍ଥିତି ମଧ୍ୟରେ ଲାରିଜାନି ଇରାନରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ପାଲଟିଥିଲେ । ତାଙ୍କୁ ଇରାନର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିଲା । ଇରାନର ସୁରକ୍ଷା ମୁଖ୍ୟ ଥିଲେ ଲାରିଜାନି । ଯାହାଙ୍କର ପ୍ରଭାବ ରାଜନୀତି, ସୁରକ୍ଷା ଏବଂ କୂଟନୀତିରେ ବ୍ୟାପିଥିଲା ।

Leave A Reply

Your email address will not be published.