ଅଗ୍ନିକାଣ୍ଡ ଘଟଣା ସରକାରଙ୍କ ଅବହେଳା, ବ୍ୟବସ୍ଥାଗତ ବିଫଳତାର ଜ୍ଵଳନ୍ତ ଉଦାହରଣ: ଜନସ୍ୱାସ୍ଥ୍ୟ ଅଭିଯାନ

newyr25

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଏବଂ ହସ୍‌ପିଟାଲର ଟ୍ରମା କେୟାର ସେଣ୍ଟରରେ ଗତ ୧୫ ମାର୍ଚ୍ଚରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଓ ତାହାର ପରିଣତିରେ ୧୨ ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଗଭୀର ତ୍ରୁଟିକୁ ସାମ୍ନାକୁ ଆଣିଛି। ଏହାକୁ କେବଳ ଦୁର୍ଘଟଣା ନୁହେଁ, ବରଂ ଦୀର୍ଘଦିନର ପ୍ରଶାସନିକ ଅବହେଳାର ପରିଣାମ ବୋଲି ଅଭିଯୋଗ ହେଉଛି। ଜନ ସ୍ବାସ୍ଥ୍ୟ ଅଭିଯାନ ପକ୍ଷରୁ ଭୁବନେଶ୍ୱରର ଲୋହିଆ ଏକାଡେମି ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାକୁ ‘ପ୍ରଣାଳୀଗତ ବିଫଳତା’ ବୋଲି ଚିହ୍ନଟ କରାଯାଇଛି। ସଂଗଠନ କହିଛି ଯେ,

  • ଅଗ୍ନି ସୁରକ୍ଷା ନିୟମ ମାନାଯାଇନଥିଲା
  • ଆପତକାଳୀନ ପ୍ରସ୍ତୁତି ଅପର୍ଯ୍ୟାପ୍ତ ଥିଲା
  • ଭିଡ଼ ନିୟନ୍ତ୍ରଣରେ ତ୍ରୁଟି ଥିଲା
  • ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ଅଭାବ ଥିଲା
  • ହସ୍ପିଟାଲ ପରିଚାଳନାରେ ଗଭୀର ଅବ୍ୟବସ୍ଥା ଥିଲା

ଘଟଣା ପରେ ସରକାରଙ୍କ ଭୂମିକା ଉପରେ ତୀବ୍ର ପ୍ରଶ୍ନ ଉଠିଛି। ଦାୟିତ୍ୱ ନେବା ପରିବର୍ତ୍ତେ ଦୋଷାରୋପର ରାଜନୀତି କରାଯାଉଛି ବୋଲି ଅଭିଯୋଗ ହେଉଛି। ଜନସ୍ୱାସ୍ଥ୍ୟ ଅଭିଯାନ ଦାବି କରିଛି:

  • ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ
  • ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ
  • ପ୍ରତି ମୃତକ ପରିବାରକୁ ₹୫୦ ଲକ୍ଷ କ୍ଷତିପୂରଣ
  • ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା
  • ସ୍ୱାସ୍ଥ୍ୟ ଅଧିକାର ଆଇନ ପ୍ରଚଳନ
  • ସମସ୍ତ ହସ୍ପିଟାଲରେ ସୁରକ୍ଷା ଆଡିଟ୍‌

ଏହି ସମ୍ମିଳନୀରେ ଗୌରାଙ୍ଗ ମହାପାତ୍ର, ପ୍ରଫୁଲ୍ଲ ସାମନ୍ତରା, ମହେନ୍ଦ୍ର ପରିଡ଼ା, ଦେବୀପ୍ରସାଦ ରାୟ, ସୁଦର୍ଶନ ଦାଶ ଓ ସୀତଶ ମିଶ୍ର ଉପସ୍ଥିତ ଥିଲେ। ସମସ୍ତ ଉପସ୍ଥିତ ବ୍ୟକ୍ତିମାନେ କହିଛନ୍ତି ଯେ, ଏହା ଏକ ଚେତାବନୀ ଯାହାକୁ ଅବହେଳା କରିଲେ ଆଗାମୀଦିନରେ ଆଉ ଗୁରୁତର ଘଟଣା ଘଟିପାରେ। ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ତୁରନ୍ତ ସୁଧାର ଆଣିବା ଆବଶ୍ୟକ।

Leave A Reply

Your email address will not be published.