ଧାନ କିଣାରେ ବିଭ୍ରାଟ, ତହସିଲଦାରଙ୍କ ଗାଡି ଆଗରେ ଶୋଇଲେ ଚାଷୀ

newyr25

ଚାନ୍ଦବାଲି: ମଣ୍ଡିରୁ ଉଠୁନି ଧାନ। ତହସିଲଦାରଙ୍କ ଗାଡି ଆଗରେ ଶୋଇଲେ ଚାଷୀ । ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକରେ ବାରମ୍ବାର ଧାନ କିଣାରେ ବିଭ୍ରାଟ ଅଭିଯୋଗ । ଏନେଇ ରାଜରାସ୍ତାକୁ ଓହ୍ଲାଇବା ସହ ରାସ୍ତା ରୋକ କରିଛନ୍ତି ଗଦି ଚାରିତରଫପୁର ସେବା ସମବାୟ ସମିତିର ଚାଷୀ । ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥର ଗଦି ବଜାର ଓ ସେବା ସମବାୟ ସମିତି ଆଗରେ ରାସ୍ତାରୋକ କରାଯାଇଛି ।

ଫଳରେ ଭଦ୍ରକ ଚାନ୍ଦବାଲି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି । ରାସ୍ତାରୋକ ସମୟରେ ଚାନ୍ଦବାଲି ତହସିଲଦାର ଜୋର ଜବରଦସ୍ତ ରାସ୍ତା ପାର ହେବାକୁ ଚେଷ୍ଟା କରିବା ବେଳେ ଚାଷୀ ତହସିଲଦାରଙ୍କ ଗାଡି ଆଗରେ ଶୋଇବା ସହ ହୋହାଲ୍ଲା କରିଥିଲେ ।

ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥର ଗଦି ବଜାର ଓ ସେବା ସମବାୟ ସମିତି ଆଗରେ ରାସ୍ତାରୋକ କରାଯାଇଛି । ଫଳରେ ଭଦ୍ରକ ଚାନ୍ଦବାଲି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି । ରାସ୍ତାରୋକ ସମୟରେ ଚାନ୍ଦବାଲି ତହସିଲଦାର ଜୋର ଜବରଦସ୍ତ ରାସ୍ତା ପାର ହେବାକୁ ଚେଷ୍ଟା କରିବା ବେଳେ ଚାଷୀ ତହସିଲଦାରଙ୍କ ଗାଡି ଆଗରେ ଶୋଇବା ସହ ହୋହାଲ୍ଲା କରିଥିଲେ ।

Leave A Reply

Your email address will not be published.