ଜଳିଗଲା ବିଧାୟକ ଯାଉଥିବା ବସ, ବର୍ତ୍ତିଲେ ୪୦ ଯାତ୍ରୀ

newyr25

ମାଲକାନଗିରି: ହୁ ହୁ ଜଳିଲା ବସ । ବିଧାୟକ ଯାଉଥିବା ବସ୍ ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମାଲକାନଗିରି ଯିବା ବେଳେ ବସରେ ଅଗ୍ନିକାଣ୍ଡ । ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରୁ ବସଟି ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିଲା । ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ ନିକଟରେ ପ୍ରାୟ ରାତି ୩ଟା ସମୟରେ ହଠାତ୍ ବସ୍ ଟିରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ବସ୍ ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ତେବେ ଯାତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ନିଆଁ ଲାଗିଥିବା ଦେଖି ବସ୍‌ରୁ ବାହାର କରାଯାଇ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି ।

ସୂଚନାଯୋଗ୍ୟ, କେନ୍ଦୁଝର ଶୁଆକାଟୀ ଫାଣ୍ଡି ଅଞ୍ଚଳରେ ଛିଡ଼ା ହୋଇଥିବା ଏକ ଟ୍ରକରେ ହଠାତ୍ ନିଆଁ ଲାଗିଯାଇଥିଲା । ଛିଡ଼ା ହୋଇଥିବା ଟ୍ରକ୍ ହୁ ହୁ ହୋଇ ଜଳିଲା । ହଠାତ୍ ନିଆଁ ଲାଗି ଜଳିଗଲା ଟ୍ରକ୍ । ସେଠାରେ ନିୟୋଜିତ ସୁରକ୍ଷା ଅଧିକାରୀ ଟ୍ରକ୍ ରେ ନିଆଁ ଲାଗିଯିବା ଦେଖି ବାଂଶପାଳ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ତେବେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ବେଳକୁ ଟ୍ରକ୍ ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ସର୍ଟ ସର୍କିଟ୍ ରୁ ନିଆଁ ଲାଗିଥିବା ଅନୁମାନ କରାଯାଇଥିଲା ।

Leave A Reply

Your email address will not be published.