
ହରଭଙ୍ଗା: ନିଆଁ ଆଁରେ ଜଙ୍ଗଲ। ୫ଦିନ ହେବ ଲିଭୁନି ଜଙ୍ଗଲ ନିଆଁ । ବୌଦ୍ଧ ହରଭଙ୍ଗା ବ୍ଲକର ମାଧପୁର ଏବଂ ପୁରୁଣାକଟକ ବନାଞ୍ଚଳ ଅଧିନରେ ଥିବା ମୁଣ୍ଡେଶ୍ୱର,ପୋଢହଳ, ପାରାପିଠ, ଯାଜପୁର ସଂଗ୍ରକ୍ଷିତ ଜଙ୍ଗଲରେ ପୋଡି ହୋଇ ପାଉଁଶ ହେଉଛି ବହୁ ମୂଲ୍ୟବାନ ଗଛ । ବନ ବିଭାଗ ପକ୍ଷରୁ ନିୟୋଜିତ ନିଆଁ ଲିଭା ସ୍କ୍ୱାର୍ଡ ଏବଂ ବନ କର୍ମଚାରୀ ମାନେ ରାତିଦିନକୁ ଏକ କରି ନିଆଁ ଲିଭା କାମରେ ଲାଗିଥିଲେ ହେଁ ନିଆଁକୁ ଆୟତ କରିବାରେ ବିଫଳ ହୋଇଛି ବନବିଭାଗ ।
ଅନ୍ୟପଟେ ସରକାରଙ୍କ ପକ୍ଷରୁ ଆସୁଥିବା ସମସ୍ତ ପ୍ରୋତ୍ସାହନ ଅନୁଦାନ ଏବଂ ସରଞ୍ଜାମକୁ ବ୍ୟବହାର କରି କର୍ମଚାରୀ ମାନେ ନିଆଁକୁ ଆୟତ କରୁଥିବା କହିଛନ୍ତି ବନଖଣ୍ଡ ଅଧିକାରୀ । ଏହା ସହିତ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଲୋକଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ ବୋଲି କହିବା ସହିତ ମହୁଲ ଫୁଲ ଗୋଟାଳି, ଚାଷୀ ମାନଙ୍କ କାରଣରୁ ଜଙ୍ଗଲରେ ନିଆଁ ଲାଗୁଥିବା କହିଛନ୍ତି ବନଖଣ୍ଡ ଅଧିକାରୀ ।