ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ସାମିଲ ହେଲେ ୭ଟି ନିର୍ବାଚନ ମଣ୍ଡଳୀର ତୁଙ୍ଗ ନେତା ଓ କର୍ମୀ

newyr25

ଯାଜପୁର : ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ ।  ଚଣ୍ଡିଖୋଲ ନିକଟ ଧର୍ମଶାଳା ଭଵନରେ ଓଡ଼ିଶା ଜନତା କଂଗ୍ରେସ ବ୍ୟାନରରେ ପ୍ରଥମ ସମାବେଶ ତଥା ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।  ଯେଉଁଥିରେ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହୋଇଥିଲେ ।  ଏଥିରେ ମହମ୍ମଦ ମୋକିମ କହିଥିଲେ, ଆଗକୁ ଓଡିଶା ଜନତା କଂଗ୍ରେସ ନିର୍ଣ୍ଣାୟକ ଲଢେଇ ଲଢ଼ିବ ।  ଆଗାମୀ ଦିନରେ ଓଡିଶା ଦେଖିବ ଆରପାରର ଲଢେଇ ।

ଶାସକ ବିଜେପି ସହ କଂଗ୍ରେସ ଓ ବିଜେଡିକୁ କଟୁ ସମାଲୋଚନା କରିଥିଲେ ମୋକିମ ।  ଯାଜପୁର ଜିଲାରୁ ହିଁ ଲଢେଇ ଆରମ୍ଭ ହେବ ବୋଲି ଆହ୍ୱାନ ଦେଇଥିଲେ ମହମ୍ମଦ ମୋକିମ ।  ପାର୍ଟି ବ୍ୟାନରରେ ପ୍ରଥମ କରି ଯାଜପୁର ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ ବୈଠକ କରାଯାଇ ପାର୍ଟିର ଆଭିମୁଖ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ ।  ଖୁବ ଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏକ ବଡ଼ ସମାବେଶର ଆୟୋଜନ କରାଯିବା ନେଇ ମୋକିମ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.