
ନୂଆଦିଲ୍ଲୀ : ଇସ୍ରାଏଲ-ଆମେରିକା-ଇରାନ ବିବାଦ ମଧ୍ୟରେ କାତାରର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି । ପାରସ୍ୟ ଉପସାଗରର ଦେଶର ଜଳସୀମାରେ ଏହି ଦୁର୍ଘଟଣା ଘଟିଛି । ଜଣେ ବ୍ୟକ୍ତି ନିଖୋଜ ଥିବା କାତାରର ଗୃହ ମନ୍ତ୍ରଣାଳୟ କହିଛି ।
ସୂଚନାନୁଯାୟୀ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ହେଲିକପ୍ଟରଟି ପ୍ରତିଦିନ ଭଳି ଡ୍ୟୁଟିରେ ଥିବାବେଳେ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆନ୍ତରିକ ମନ୍ତ୍ରଣାଳୟଙ୍କ ବିବୃତ୍ତିରେ ମୃତକଙ୍କ ଜାତୀୟତା ସ୍ପଷ୍ଟ କରାଯାଇନାହିଁ । ଏହା ଛଡା ସେ ଜଣେ ସୈନ୍ୟ କି ସାଧାରଣ ନାଗରିକ ତାହା ମଧ୍ୟ ଜଣାପଡିନାହିଁ । ଏବେ ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛନ୍ତି । ଯେଉଁଥିରେ କୋଷ୍ଟ ଗାର୍ଡ ଏବଂ ଇଣ୍ଟରନାଲ ସିକ୍ୟୁରିଟି ଫୋର୍ସଙ୍କ ଟିମ୍ ଏଥିରେ ସାମିଲ ଥିଲେ । ଏହାରି ମଧ୍ୟରେ କାତାରର ରକ୍ଷା ମନ୍ତ୍ରଣାଳୟ Xରେ ପୋଷ୍ଟ ସେୟାର କରି କହିଛନ୍ତି ଯେ, “ନିୟମିତ ଡ୍ୟୁଟିରେ ଥିବା ସମୟରେ ଏକ କାତାର ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ଫଳରେ ଏହା ରାଜ୍ୟର ଆଞ୍ଚଳିକ ଜଳସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ନିଖୋଜ ଥିବା କ୍ରୁ ଏବଂ ଯାତ୍ରୀଙ୍କ ସନ୍ଧାନ ଜାରି ରହିଛି ।”
ଏଥିସହ ଇରାନ ଲଗାତାର ଭାବେ କାତାରରେ ଥିବା ଆମେରିକୀୟ ଗାଡ଼ି ଗୁଡିକୁ ଟାର୍ଗେଟ କରିଛି । ଯଦିଓ କୌଣସି ଦାବି କରାଯାଇନାହିଁ ତଥାପି ହେଲିକପ୍ଟରଟି ଇରାନ୍ ଆକ୍ରମଣର ଶିକାର ହେବାର ଆଶଙ୍କା ରହିଛି । ଏହି ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଥିବା କୌଣସି ଏକ ରିପୋର୍ଟରୁ ସୂଚନା ମିଳୁଛି । ଉପସାଗରୀୟ ଅଞ୍ଚଳ ଉପରେ ଇରାନର ଆକ୍ରମଣ ହେବା ପରେ କାତାର ସମେତ ଅନେକ ଦେଶ ହାଇ ଆଲର୍ଟରେ ରହିଛନ୍ତି । କିନ୍ତୁ ଏହା କୌଣସି ଶତ୍ରୁ କାର୍ଯ୍ୟାକଳାପକୁ ସୂଚିତ କରେ ନାହିଁ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ।
ଅନ୍ୟପଟେ ଏହି ଘଟଣା ପରେ କାତାରର ସେନା ଏବଂ ସରକାର ତୁରନ୍ତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯାହା ଦ୍ବାରା ଯାନ୍ତ୍ରିକ ତ୍ରୁଟିର କାରଣ ସମ୍ପର୍କରେ ଜଣାପଡିବ । ଏହି ଘଟଣା ଉପସାଗରରେ ତୈଳ ଏବଂ ଗ୍ୟାସ୍ କାର୍ଯ୍ୟକୁ ତୁରନ୍ତ ପ୍ରଭାବିତ କରିନାହିଁ । କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, ଏପରି ଦୁର୍ଘଟଣା ଆଞ୍ଚଳିକ ଅସ୍ଥିରତାକୁ ଆହୁରି ବଢ଼ାଇଦେଇପାରେ । କାତାରର ଆନ୍ତର୍ଜାତୀୟ ସମ୍ପ୍ରଦାୟକୁ ସହାୟତା ପାଇଁ ଆବେଦନ କରିନାହିଁ । କିନ୍ତୁ ଉଦ୍ଧାର ପ୍ରୟାସ ଜାରି ରହିଛି । ମୃତକଙ୍କ ପରିବାର ପ୍ରତି ମଧ୍ୟ ସମବେଦନା ପ୍ରକାଶ କରାଯାଇଛି ।