୧୦ହଜାର କମିଲା ସୁନା ଦର

newyr25

ଭୁବନେଶ୍ବର: ସୁନା କିଣିବାକୁ ଚାହୁଁଥିଲେ ଆଜି ହିଁ କିଣନ୍ତୁ । ଦଶ ହଜାର ଖସିଲା ସୁନା ଦର । ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୫,୬୫୦ଟଙ୍କା ରହିଛି । ଗତକାଲି ୨୪ କ୍ୟାରେଟ୍ ସୁନା ମୂଲ୍ୟ ₹୧,୪୫,୯୭୦ଟଙ୍କା ରହିଥିଲା । ଆଜି ୧୦,୩୨୦ଟଙ୍କା କମ୍ ହୋଇଛି । ସେହିପରି ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୨୪,୩୫୦ଟଙ୍କା ଛୁଇଁଛି । ୯,୪୫୦ଟଙ୍କା କମ୍ ହୋଇଛି ।

ଗତକାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୩୩,୮୦୦ଟଙ୍କା ରହିଥିଲା । ସେହିପରି ଆଜି ରୂପା ଦର ୧୦ ଗ୍ରାମ ପିଛା ୨,୩୦୦ଟଙ୍କା ରହିଥିବାବେଳେ ଗତକାଲି ୨,୫୦୦ଟଙ୍କା ରହିଥିଲା । ଆଜି ୨୦୦ଟଙ୍କା କମ୍ ହୋଇଛି ।

Leave A Reply

Your email address will not be published.