ପୁରୀ ବସଷ୍ଟାଣ୍ଡରେ ହୁ ହୁ ହୋଇ ଜଳିଗଲା ବସ୍

newyr25

ପୁରୀ: ବସଷ୍ଟାଣ୍ଡରେ ହୁ ହୁ ହେଇ ଜଳିଲା ଯାତ୍ରୀବାହୀ ବସ୍ । ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ । ଯାତ୍ରୀବାହୀ ବସରେ ରାତିରେ ଲାଗିଲା ନିଆଁ । ତେବେ ଗୋଟିଏ ବସରୁ ଅନ୍ୟ ବସ୍ କୁ ବ୍ୟାପିବା ପୂର୍ବରୁ ନିଆଁ ଆୟତ୍ତ କଲା ଅଗ୍ନିଶମ ବିଭାଗ । ସୂଚନା ମିଳିବା ପରେ ତୁରନ୍ତ ପୁରୀ ଅଗ୍ନିଶମ ଓ ଶ୍ରୀଜଗନ୍ନାଥ ଅଗ୍ନିଶମ କେନ୍ଦ୍ରର ୪ ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲେ । ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଗତକାଲି ରାତିରେ ପୁରୀ ବସଷ୍ଟାଣ୍ଡର ଛିଡ଼ା ହୋଇଥିବା ଏକ ଘରୋଇ ବସ୍ ରେ ନିଆଁ ଲାଗି ଯାଇଥିଲା ।

ହୁ ହୁ ହୋଇ ଜଳିଥିଲା ବସ୍ ।  ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ବସଷ୍ଟାଣ୍ଡରେ ଅନେକ ଗୁଡିଏ ବସ୍ ଲାଇନ୍ ହୋଇ ରହିଥିବା ବେଳେ ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ଅନ୍ୟ ବସ୍ ରେ ନିଆଁ ଲାଗିବାରୁ ବର୍ତ୍ତି ଯାଇଥିଲା ।  କେହିଜଣେ ଦୁର୍ବୁତ୍ତ ବସ୍ ରେ ଜାଣିଶୁଣି ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ୫ ବର୍ଷ ତଳେ ପୁରୀ ବସଷ୍ଟାଣ୍ଡରେ ଅନୁରୂପ ଭାବେ ନିଆଁ ଲାଗି ୩ ଟି ବସ ଜଳିଯାଇଥିଲା ।

Leave A Reply

Your email address will not be published.