କାରଖାନା ସ୍ଥାପନ ପାଇଁ ଚଞ୍ଚକତା ! ଇଡକୋ ମାଧ୍ୟମରେ ଜମି ଅଧିଗ୍ରହଣକୁ ବିରୋଧ

add-all

ବଣାଇଁ : ସୁନ୍ଦରଗଡ ଜିଲ୍ଲା ବଣାଇଁ କନ୍ତସରା ଗ୍ରାମରେ ଏକ କାରଖାନା ସ୍ଥାପନ ପାଇଁ ଶିଳ୍ପପତିଙ୍କ ଚଞ୍ଚକତା ପୂର୍ବକ ଗୋଚର ଓ ଶ୍ମଶାନ ଜମି ପ୍ରଶାସନର ମାଧ୍ୟମରେ ହଡପ ଉଦ୍ୟମକୁ ବିରୋଧ କରାଯାଇଛି । ଏହାକୁ ବିରୋଧ କରି ଆଖପାଖର ପାଞ୍ଚରୁ ଉର୍ଦ୍ଧ୍ବ ଗ୍ରାମର ଶହଶ୍ରାଧିକ ଜନସାଧାରଣ ଆଜି ବଣାଇଁ ରାଜାରାସ୍ତାରେ ଗର୍ଜନ କରିଥିବା ଦେଖିବାକୁ ମିଳିଛି ।

ଗ୍ରାମବାସୀ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସହଯୋଗରେ ଦେଓଗାଁ ଠାରୁ ମୁଖ୍ୟ ରାସ୍ତା ଦେଇ ଏକ ପ୍ରତିବାଦ ରାଲୀରେ ବଣାଇଁ ସହର ପରିକ୍ରମା କରି ବଣାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଓ କରି ରଖିଥିଲେ ଦୀର୍ଘ ତିନି ଘଣ୍ଟା କାଳ ବିକ୍ଷୋଭ ପଦର୍ଶନ କରିଥିଲେ । କନ୍ତସରା ଗ୍ରାମବାସୀ ଭୁଲେଖ ପୋର୍ଟାଲରୁ ଜାଣିବାକୁ ପାଇଲେ ଯେ ଗ୍ରାମର 27 ଏକର ଗୋଚର ଜମିକୁ ବେଆଇନ ଭାବେ କିସମ ପରିବର୍ତ୍ତନ କରି ପତିତ କରିବା, ଅନ୍ୟାନ୍ୟ ପତିତ ଜମିକୁ ମିଶାଇ ମୋଟ ପ୍ରାୟ 44 ଏକର ସରକାରୀ ଜମିକୁ ଇଡ଼କୋକୁ ହସ୍ତାନ୍ତର କରାଯାଇଛି ।

ବିନା ଗ୍ରାମସଭା ଓ ସମସ୍ତଙ୍କ ଅଗୋଚରରେ ଏଭଳି ଚଞ୍ଚକତା ପୁର୍ଣ କାର୍ଯ୍ୟକୁ ଦୃଢ ବିରୋଧ କରିଛନ୍ତି ଅଞ୍ଚଳବାସୀ । ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ହେଲେ ଜଳ, ବାୟୁ ପ୍ରଦୁଶିତ ହେବା ସହ ଗ୍ରୁହପାଳିତ ପଶୁଙ୍କ ଚରାଭୂଇଁ ସମ୍ପୂର୍ଣ ନଷ୍ଟ ହେବବୋଲି ଅଭିଯୋଗ କରି ଏହି ଆନ୍ଦୋଳନ ଜାରି ରଖିଛନ୍ତି ଅଞ୍ଚଳବାସୀ । ଯଦି ପ୍ରଶାଶନ ଏହାକୁ ଅଣଦେଖା କରେ ତେବେ ଆଗକୁ ଜୋରଦାର ଆନ୍ଦୋଳନ ସହିତ ଆବଶ୍ୟକ ସ୍ଥଳେ ଅଦାଲତର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଶେଷରେ ବଣାଇଁ ଉପଜିଲ୍ଲାପାଳଙ୍କୁ ସ୍ମାରକପାତ୍ର ଦେବା ସହ ଏହି ସମସ୍ୟା ଉପରେ ଗୁରୁତ୍ୱ ଦେବାପାଇଁ ଅନୁରୋଧ କରିଥିଲେ।

ad-week
Leave A Reply

Your email address will not be published.