ଧର୍ମ ଆପଣାଇଲେ ମିଳିବନି ଅନୁସୂଚିତ ଜାତିର ମାନ୍ୟତା

newyr25

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଏକ ଆଦେଶକୁ ସମର୍ଥନ କରିଛନ୍ତି । ଯେଉଁଥିରେ ଜଣେ ବ୍ୟକ୍ତି ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରନ୍ତି ଏବଂ ଏହାକୁ ପାଳନ କରନ୍ତି ତେବେ ସେ ଅନୁସୂଚିତ ଜାତି ସମ୍ପ୍ରଦାୟର ସଦସ୍ୟ ରହିପାରିବେ ନାହିଁ ବୋଲି ସେଥିରେ କୁହାଯାଇଛି । ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ପାଳନ କରୁଥିବା ବ୍ୟକ୍ତିଙ୍କୁ ଅନୁସୂଚିତ ଜାତିର ସଦସ୍ୟ ଭାବରେ ବିବେଚନା କରାଯାଇପାରିବ ନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନାନୁଯାୟୀ, ହିନ୍ଦୁ , ଶିଖ ଏବଂ ବୌଦ୍ଧ ବ୍ୟତୀତ ଅନ୍ୟ ଧର୍ମ ଆପଣାଇଲେ ମିଳିବନି  ଅନୁସୂଚିତ ଜାତିର ମାନ୍ୟତା ।  କୋର୍ଟ ସ୍ପଷ୍ଟ କରିଛନ୍ତି ଖ୍ରୀଷ୍ଟିଆନ ଧର୍ମ ଆପଣାଇଥିବା ବ୍ୟକ୍ତି ଅନୁସୂଚିତ ଜାତି ଏବଂ ଜନଜାତି ଅନୁଯାୟୀ କୌଣସି ସଂରକ୍ଷଣ ଦାବି କରିବେନି  ।  ଧର୍ମପରିବର୍ତ୍ତନ କଲେ ସ୍ବତଃପ୍ରବୁତ ଭାବେ  ସଂରକ୍ଷଣ ବ୍ୟବସ୍ଥା ଶେଷ ହୋଇଯିବ । ଏବଂ ଉକ୍ତ ବ୍ୟକ୍ତି ଅନୁସୂଚିତ ଜାତି ଏବଂ ଜନଜାତି ଆକ୍ଟର ଲାଭ ଉଠାଇପାରିବେନି ।  ଏଥିସହ ଆନ୍ଧ୍ରପ୍ରଦେଶର ଜଣେ ପାଦ୍ରୀ ଅନୁସୂଚିତ ଜାତି ଏବଂ ଜନଜାତି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲେ ।   ଅଭିଯୋଗ କରିଥିଲେ ଯେ, କିଛି ଲୋକ ତାଙ୍କୁ ଜାତିଆଣ ଆକ୍ଷେପ କରୁଛନ୍ତି । ମାରପିଟ କରିବା ସହ ଧମକ ମଧ୍ୟ ଦେଉଛନ୍ତି ।

ଅନ୍ୟପଟେ ଅଭିଯୁକ୍ତ କହିଥିଲେ ଯେ, ପାଦ୍ରୀ ହୋଇଥିବାରୁ SC/ST  ମାନ୍ୟତା ମିଳିବା ଅନୁଚିତ । ଏନେଇ  ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଶୁଣାଣୀ କରି ଅଭିଯୁକ୍ତଙ୍କ ସମର୍ଥନରେ ରାୟ ଶୁଣାଇଥିଲେ । ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ  ହୋଇଥିଲେ ଅଭିଯୋଗକାରୀ  ପାଦ୍ରୀ ।  ତେବେ ସୁପ୍ରିମକୋର୍ଟ ମଧ୍ୟ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ ।

Leave A Reply

Your email address will not be published.