ଗ୍ୟାସ ସଙ୍କଟ: ବିକଳ୍ପ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ

add-all

ଭୁବନେଶ୍ୱର: ଗ୍ୟାସ ଅଭାବ ଦୂର ପାଇଁ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କୁ ପିଏନଜି, ବିଦ୍ୟୁତ ଓଭେନ୍, ଇଣ୍ଡକ୍ସନ୍, ବାଷ୍ପ ରନ୍ଧନ ପ୍ରଣାଳୀ ଇତ୍ୟାଦି ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁ ପ୍ରଭାବିତ ହୋଇଥିବା ଏଲ୍.ପି.ଜି ଗ୍ୟାସକୁ ନେଇ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହା ବ୍ୟତୀତ ଏଲପିଜି ଗ୍ୟାସର ଅବୈଧ ଗଚ୍ଛିତ ଏବଂ ସଂଗ୍ରହ ଉପରେ ପ୍ରତ୍ୟେକ ଜିଲ୍ଲା ଗୁଡିକରେ ଏନଫୋର୍ସମେଂଟ ସ୍କ୍ୱାର୍ଡଦ୍ବାରା ତୀକ୍ଷ୍ଣ ନଜର ରଖାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଅଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ad-week
Leave A Reply

Your email address will not be published.