୨୩ ସହଯୋଗୀ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଦୁଇ ମୋଷ୍ଟ ୱାଣ୍ଟେଡ ମାଓନେତା

newyr25

ଭୁବନେଶ୍ବର: ଦୁଇ ମୋଷ୍ଟ ୱାଣ୍ଟେଡ ମାଓନେତାଙ୍କ ଆତ୍ମସମର୍ପଣ । ୨୩ ସହଯୋଗୀ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସରେଣ୍ଡର କରିଛନ୍ତି ଟପ ମାଓନେତା ଶୁକ୍ରୁ ଓ ପାପା ରାଓ । ମୋଷ୍ଟ ୱାଣ୍ଟେଡ ମାଓନେତା ଶୁକ୍ରୁ ଓ ତାର ୫ ସହଯୋଗୀଙ୍କ ଆତ୍ମସମର୍ପଣ । ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟ କମିଟିର ସଦସ୍ୟ ଥିଲା ୪୯ ବର୍ଷୀୟ ଶୁକ୍ରୁ । ଶୁକ୍ରୁ ମୁଣ୍ଡ ଉପରେ ଥିଲା ୫୫ ଲକ୍ଷ ଟଙ୍କାର ପୁରସ୍କାର । ମାଲକାନଗିରି ଜିଲ୍ଲା କାଲିମେଳା ଥାନା କୁରୁବ ଗାଁରେ ଶୁକ୍ରୁର ଘର । ୨୦ ବର୍ଷ ଧରି ସେ ମାଓ ସଂଗଠନର ଥିଲା। ୨୫ ବର୍ଷ ବୟସରେ ଘର ଛାଡ଼ି ମାଓ ସଙ୍ଗଠନରେ ଯୋଗ ଦେଇଥିଲା । ଛତିଶଗଡ଼ର କଣ୍ଟା ଏରିଆ କମିଟିରେ ପ୍ରଥମେ ଯୋଗ ଦେଇଥିଲା । ଛତିଶଗଡ଼ ତାଡ଼ମେଟଲାରେ ୭୬ ଯବାନ ସହିଦ ଘଟଣାରେ ସମ୍ପୃକ୍ତ ଥିଲା ଶୁକ୍ରୁ । ରାନୀବଗଲି ସୁରକ୍ଷାକର୍ମୀ କ୍ୟାମ୍ପ ଆକ୍ରମଣରେ ୫୦ ସହିଦ ଘଟଣାରେ ମଧ୍ୟ ସମ୍ପୃକ୍ତ ଥିଲା । ଶୁକ୍ରୁର ସ୍ତ୍ରୀ ରୁକ୍ମଣୀ ମଧ୍ୟ ସଙ୍ଗଠନରେ ACM କ୍ୟାଡ଼ରରେ କାର୍ଯ୍ୟ କରୁଥିଲା ।

ତେବେ ୨୦୨୦ରେ ଶୁକ୍ରୁର ପତ୍ନୀକୁ ପୋଲିସ ଏନକାଉଣ୍ଟର କରିଥିଲା । ଅନ୍ୟପଟେ୧୮ ହାର୍ଡକୋର ମାଓବାଦୀଙ୍କ ସହ ଆତ୍ମସମର୍ପଣ କରିଛନ୍ତି ଟପ ମାଓବାଦୀ ପାପା ରାଓ । ଛତିଶଗଡ଼ର ଜଗଦଲପୁର ଲାଲବାଗରେ ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମା ଏବଂ ବସ୍ତର ଆଇଜି ପି. ସୁନ୍ଦରରାଜଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପୋଲିସ ନିକଟରେ ସରେଣ୍ଡର କରିଛନ୍ତି । ଯେଉଁଥିରେ AK-47, SLR, INSAS ରାଇଫଲ୍ ଏବଂ 303 ରାଇଫଲ୍ ସହିତ ଏକ BGL ଲଞ୍ଚର୍ ମଧ୍ୟ ରହିଛି ।

Leave A Reply

Your email address will not be published.