ପାଣି ଟାଙ୍କିରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

add-all

ଗୁଡଭେଲା: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡୁଙ୍ଗିବାହାଲ ଅଞ୍ଚଳରେ ଅଘଟଣ। କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଣି ଟାଙ୍କି ଭିତରୁ ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।  ସୂଚନା ଅନୁସାରେ ତୁଷୁରା–ଗୁଡଭେଲା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ତେନ୍ତୁଳିଖୁଟି କଲେଜ ନିକଟରେ ଏହି ପାଣି ଟାଙ୍କିଟି ରହିଛି।

ସ୍ଥାନୀୟ କିଛି ଲୋକ ସେହି ରାସ୍ତା ଦେଇ ଯାଉଥିବାବେଳେ ଟାଙ୍କି ଭିତରୁ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ। ପରେ ଟାଙ୍କି ଭିତରୁ ଜଣେ ଯୁବକଙ୍କ  ମୃତଦେହ ଉଦ୍ଧାର କରିଥିଲେ। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି। ପ୍ରାଥମିକ ଭାବେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।

ad-week
Leave A Reply

Your email address will not be published.