
ନୂଆଦିଲ୍ଲୀ : LPG ସିଲିଣ୍ଡର ବୁକିଂ ସମ୍ପର୍କରେ ଏକ ନୂଆ ଖବର ପ୍ରକାଶ ପାଉଛି । ଯାହାକୁ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି ସରକାର । ବିଭିନ୍ନ ଲୋକଙ୍କୁ ଗ୍ୟାସ ବୁକିଂ ପାଇଁ ବିଭିନ୍ନ ସମୟ ଅପେକ୍ଷା କରିବାକୁ ପଡିବ । ଯାହାର ଖବର ସୋସିଆଲ ମିଡିଆରୁ ସୂଚନା ମିଳିଛି । କିନ୍ତୁ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।
ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧୀନରେ ଥିବା ଲୋକମାନଙ୍କୁ ୪୫ ଦିନ ଅପେକ୍ଷା କରିବାକୁ ପଡିବ ଏବଂ ବାକି ପାଇଁ ନିୟମ ୨୫ କିମ୍ବା ୩୫ ଦିନ ମଧ୍ୟରେ ହେବ । ସରକାରଙ୍କ ଅନୁଯାୟୀ, ସେହି ପୁରୁଣା ନିୟମ ଏବେ ବି ପ୍ରଯୁଜ୍ୟ । ସହରାଞ୍ଚଳ ବାସିନ୍ଦାଙ୍କ ପାଇଁ ବୁକିଂ ଅବଧି ୨୫ ଦିନ ଥିବାବେଳେ ଗ୍ରାମାଞ୍ଚଳ ବାସିନ୍ଦାଙ୍କ ପାଇଁ ଏହାର ଅବଧି ୪୫ ଦିନ ରହିଛି । ଏହି ନିୟମ ସମସ୍ତ ବାସିନ୍ଦାଙ୍କ ପାଇଁ ସମାନ ଭାବରେ ରହିଛି । ଗୁଜବ ଖବରକୁ ବିଶ୍ବାସ ନକରିବାକୁ ଲୋକଙ୍କୁ ସରକାର ଅନୁରୋଧ କରିଛନ୍ତି । ଏହା ମଧ୍ୟ କୁହାଯାଇଛି ଯେ, ଦେଶରେ କୌଣସି ଗ୍ୟାସ୍ ଅଭାବ ନାହିଁ ଏବଂ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଏଲପିଜି ଉପଲବ୍ଧ ରହିଛି । ତେଣୁ ଶୀଘ୍ର ବୁକିଂ କରିବାର କୌଣସି ଆବଶ୍ୟକତା ନାହିଁ ।
ଯଦି କେହି ନିର୍ଦ୍ଧାରିତ ସମୟ ପୂର୍ବରୁ ଗ୍ୟାସ୍ ବୁକିଂ କରିବାକୁ ଚେଷ୍ଟା କରନ୍ତି ତେବେ ସିଷ୍ଟମ ଏହାକୁ ଆପେ ଆପେ ଅବରୋଧ କରିଦେବ । ଏହି ସମୟ ପୂର୍ବରୁ ଗ୍ୟାସ୍ ଡେଲିଭରୀ ତାରିଖକୁ ଗଣାଯିବ । ଏହି ନିୟମ ସହର, ଗାଁ ଏବଂ ଦୁର୍ଗମ ଅଞ୍ଚଳ ପର୍ଯ୍ୟନ୍ତ ପ୍ରଯୁଜ୍ୟ ।
ଅନ୍ୟପଟେ ଏହି ନିୟମ ସମ୍ପର୍କରେ ଏକ ସରକାରୀ ବିବୃତ୍ତି ସରକାର ଜାରି କରିଛନ୍ତି । ଇରାନରେ ଚାଲିଥିବା ଯୁଦ୍ଧ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିଛି । ଏହା ତୈଳ ଏବଂ ଏଲପିଜି ଗ୍ୟାସର ବିଶ୍ୱ ଯୋଗାଣକୁ ବାଧାପ୍ରାପ୍ତ କରିଛି । ଫଳରେ ଦେଶରେ ଗ୍ୟାସ ଅଭାବ ଦେଖାଦେଇଛି । ହେଲେ ଏପଟେ ସରକାର ପରିସ୍ଥିତି ଉପରେ ଲଗାତାର ଭାବେ ନଜର ରଖିଛନ୍ତି । ଏଥିସହିତ ସାଧାରଣ ଜନତା ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ନେଉଛନ୍ତି ।