ମେଟା’ ଉପରେ ୩୧ ଶହ କୋଟିର ଫାଇନ୍ ଲଗାଇଲେ ଆମେରିକାର କୋର୍ଟ

add-all

ନୂଆଦିଲ୍ଲୀ: ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ହ୍ୱାଟ୍ସଆପ୍ ମାଲିକାନା ମେଟାକୁ ଆମେରିକାର ନ୍ୟୁ ମେକ୍ସିକୋରେ ଏକ ବଡ଼ ଝଟକା ଲାଗିଛି। ‘ମେଟା’ ଉପରେ ୩୧ ଶହ କୋଟିର ଫାଇନ୍ ଲଗାଇଛନ୍ତି ଆମେରିକାର କୋର୍ଟ । ପିଲାଙ୍କ ପାଇଁ ଫେସବୁକ୍-ଇନଷ୍ଟାଗ୍ରାମ ନିୟମାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି କୋର୍ଟ ଏହି ଜୋରିମାନା ଲଗାଇଛନ୍ତି । କୋର୍ଟ ସ୍ୱୀକାର କରିଛି ଯେ ମେଟା ଜାଣିଶୁଣି ଲାଭକୁ ପ୍ରାଥମିକତା ଦେଇ ପିଲାମାନଙ୍କ ସୁରକ୍ଷା ଏବଂ ମାନସିକ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ଲୁଚାଇଥିଲା।

ନ୍ୟୁ ମେକ୍ସିକୋର ଆଟର୍ଣ୍ଣି ଜେନେରାଲଙ୍କ ଦ୍ୱାରା ଦାୟର କରାଯାଇଥିବା ଏହି ମାମଲାରେ ଅଭିଯୋଗ କରାଯାଇଛି ଯେ, ମେଟା ଭଲ ଭାବରେ ଜାଣୁଛି ଯେ ଏହାର ପ୍ଲାଟଫର୍ମରେ ପିଲାମାନେ ଯୌନ ଶୋଷଣ ଏବଂ ଗୁରୁତର ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୋଇପାରନ୍ତି।  କିନ୍ତୁ କମ୍ପାନୀ ଏହି ବିପଦ ବିଷୟରେ ବ୍ୟବହାରକାରୀ ମାନଙ୍କୁ ସଠିକ୍ ଭାବରେ ଜଣାଇବାରେ ବିଫଳ ହୋଇଛି। ମେଟା ଏପର୍ଯ୍ୟନ୍ତ ରାୟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

ad-week
Leave A Reply

Your email address will not be published.