ଗାଡି ଓଭରଟେକକୁ ନେଇ ଫରେଷ୍ଟ ଗାର୍ଡଙ୍କୁ ମାଡ଼ ମାରିଲେ ଏସିଏଫ

newyr25

ବାଲେଶ୍ଵର: ଜଙ୍ଗଲୀ ବାବୁଙ୍କ ଦାଦାଗିରି । ଗାଡି ଓଭରଟେକକୁ ନେଇ ଏସିଏଫଙ୍କ ମାଡ଼ରେ ନିଲମ୍ବିତ ଫରେଷ୍ଟ ଗାର୍ଡ ଲହୁ ଲୁହାଣ । ଦୁଇ ଆହତ ଫକୀରମୋହନ ମେଡିକାଲ କଲେଜରେ ଭର୍ତ୍ତି । ବାଲେଶ୍ଵର କୁଳଡିହା ରେଞ୍ଜର ଏବଂ ACF ସୁବ୍ରତ ବେହେରାଙ୍କ ନାଁରେ ସାଂଘାତିକ ଅଭିଯୋଗ ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କୁଳଡିହା ରେଞ୍ଜର ସୁବ୍ରତ କୁମାର ବେହେରା ନିଜର କର୍ମଚାରୀଙ୍କ ସହ ରେଡ୍ କରିବାକୁ ଯାଇ ଫେରୁଥିଲେ । ସେହି ସମୟରେ କଳାକଦା ଛକ ନିକଟରେ ତାଙ୍କ ଥାର ଗାଡିକୁ ଏକ ବୋଲେରୋ ଓଭରଟେକ କରିଥିଲା । ଫଳରେ ରେଞ୍ଜର ରାଗିଯାଇ ବୋଲେରୋ ଗାଡିକୁ ଅଟକାଇ ଥିଲେ । ବୋଲେରୋରେ ଥିବା ନିଲମ୍ବିତ ଫରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ର ଓ ରେଞ୍ଜରଙ୍କ ମଧ୍ୟରେ ବଚସା ହୋଇଥିଲା । ପରବର୍ତ୍ତି ସମୟରେ ରେଞ୍ଜର ନିଲମ୍ବିତ ଫରେଷ୍ଟ ଗାର୍ଡ ପଦ୍ମଲୋଚନ ଓ ତାଙ୍କ ସହଯୋଗୀ କ୍ଷୀରୋଦଙ୍କୁ ନିର୍ଧୁମ ମାଡ ମାରିଥିଲେ । ପରେ ସେମାନଙ୍କୁ ଡରେଇ ଧମକେଇ ବରହମପୁର ଥାନାକୁ ନେଇ ଜବରଦସ୍ତ ଏକ ଅପୋସ ବୁଝାମଣା ଦରଖାସ୍ତରେ ଦସ୍ତଖତ କରେଇଥିବା ଅଭିଯୋଗ କରିଛନ୍ତି ନିଲମ୍ବିତ ବନ କର୍ମଚାରୀ ।  ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସିଏଫ ।  ଏନେଇ ଦୁଇ ପକ୍ଷରୁ କୌଣସି ଅଭିଯୋଗ ଆସିନଥିବା କରାଯାଇନଥିବା କହିଛନ୍ତି ଡିଏଫଓ ।

Leave A Reply

Your email address will not be published.