ବିଶ୍ବର ସବୁଠୁ ଲୋକପ୍ରିୟ ଲିଡର୍ ମୋଦି, ୬୮% ଆପ୍ରୁଭାଲ୍ ରେଟିଂ ତାଲିକାର ଶୀର୍ଷରେ ରହିଲେ

newyr25

ନୂଆଦିଲ୍ଲୀ : ବିଶ୍ବର ସବୁଠୁ ପପୁଲାର୍ ଲିଡର୍ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି । ୬୮% ରେଟିଂ ସହ ସମସ୍ତଙ୍କୁ ପଛରେ ପକାଇଲେ ।  ଆମେରିକାର ପ୍ରତିଷ୍ଠିତ ଡାଟା ଆନାଲିଟିକ୍ସ ସଂସ୍ଥା ‘ମର୍ଣ୍ଣିଂ କନସଲ୍ଟ’ର  ସର୍ଭେ ଅନୁଯାୟୀ, ମୋଦି ୬୮ ପ୍ରତିଶତ ଆପ୍ରୁଭାଲ୍ ରେଟିଂ  ସହ ତାଲିକାର ଶୀର୍ଷରେ ଅଛନ୍ତି । ଏହି ସର୍ଭେ ୨୦୨୬ ମାର୍ଚ୍ଚ ୨ ରୁ ୮ ତାରିଖ ମଧ୍ୟରେ ସଂଗୃହିତ ତଥ୍ୟ ଆଧାରରେ କରାଯାଇଛି । ୬୮% ଲୋକ ମୋଦିଙ୍କ ନେତୃତ୍ୱକୁ ପସନ୍ଦ କରୁଥିବା ବେଳେ ମାତ୍ର ୨୬% ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୂଚନାନୁଯାୟୀ, ୨୦୨୧ ମସିହାରୁ ମୋଦି କ୍ରମାଗତ ଭାବେ ଏହି ତାଲିକାରେ ନିଜର ଦବଦବା ବଜାୟ ରଖିଛନ୍ତି। ଏହି ସର୍ଭେରେ ବିଶ୍ୱର ଅନ୍ୟ ବଡ଼ ବଡ଼ ଦେଶର ନେତାମାନେ ମୋଦିଙ୍କଠାରୁ ବହୁ ପଛରେ ଅଛନ୍ତି ।  ସ୍ୱିଜରଲ୍ୟାଣ୍ଡ  ରାଷ୍ଟ୍ରପତି ଗାଏ ପାର୍ମେଲିନ୍  ୬୨%ରେଟିଂ  ସହ ଦ୍ବିତୀୟରେ ଅଛନ୍ତି । ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ-ମ୍ୟୁଙ୍ଗ ମଧ୍ୟ ୬୨% ରେଟିଂ ପାଇଛନ୍ତି ।  ପାଶ୍ଚାତ୍ୟ ଗଣତାନ୍ତ୍ରିକ ଦେଶର ଅଧିକାଂଶ ନେତାଙ୍କ ରେଟିଂ ୫୦ ପ୍ରତିଶତରୁ କମ୍ ରହିଛି । ବିଶ୍ୱର ଅନେକ ନେତା ଆର୍ଥିକ ଏବଂ ଘରୋଇ ସମସ୍ୟା ଯୋଗୁଁ ନିଜ ଦେଶରେ ଲୋକପ୍ରିୟତା ହରାଉଥିବା ବେଳେ, ଭାରତର ସୁଦୃଢ଼ ଅର୍ଥନୀତି ଏବଂ ଆନ୍ତର୍ଜାତୀୟ ସ୍ତରରେ ଭାରତର ବଢୁଥିବା ପ୍ରଭାବ ଯୋଗୁଁ ମୋଦିଙ୍କ ଲୋକପ୍ରିୟତା ଅତୁଟ ରହିଛି । ଗତ ବର୍ଷ ଜୁଲାଇରେ ଏହି ରେଟିଂ ୭୫% ଥିଲା, ଯାହା ଏବେ ସାମାନ୍ୟ କମିଥିଲେ ମଧ୍ୟ ଅନ୍ୟ ନେତାଙ୍କ ତୁଳନାରେ ଯଥେଷ୍ଟ ଅଧିକ ।

Leave A Reply

Your email address will not be published.