ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା

newyr25

ନୂଆଦିଲ୍ଲୀ : ​ସେନା ମେଡାଲ୍ ବିଜେତାଙ୍କୁ ସମ୍ମାନ। ଆଜୀବନ ଟ୍ରେନ୍ ଯାତ୍ରା ମାଗଣା! । ପ୍ରତିରକ୍ଷା ବିଭାଗ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ସେନା, ନୌସେନା କିମ୍ବା ବାୟୁସେନା ମେଡାଲ୍ ପାଇଥିବା ବୀର ଏବଂ ସେମାନଙ୍କ ପରିବାର ପାଇଁ ହୋଇଛି ଏହି ବଡ଼ ଘୋଷଣା ।

ଏହି ନୂଆ ନିୟମ ଅନୁଯାୟୀ, ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ପ୍ରଥମ ଶ୍ରେଣୀ, 2nd AC କିମ୍ବା AC ଚେୟାର୍ କାର୍‌ରେ ଆଜୀବନ ମାଗଣାରେ ଯାତ୍ରା କରିପାରିବେ । ଖାଲି ସେତିକି ନୁହେଁ, ପୁରସ୍କାର ବିଜେତାଙ୍କ ସହ ଜଣେ ସହଯାତ୍ରୀ ମଧ୍ୟ ମାଗଣାରେ ଯିବାର ସୁବିଧା ପାଇବେ । ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀରଙ୍କ ସମ୍ମାନାର୍ଥେ ଏହି ପ୍ରତିଶ୍ରୁତି ଦେଇଛି ପ୍ରତିରକ୍ଷା ବିଭାଗ ।

ଏହି ସୁବିଧା ସହୀଦ ଓ ପୁରସ୍କାର ପ୍ରାପ୍ତଙ୍କ ପରିବାରକୁ ମଧ୍ୟ ମିଳିବ । ଯଦି ପୁରସ୍କାର ବିଜେତାଙ୍କ ବିଧବା ପତ୍ନୀ ପୁନର୍ବିବାହ କରି ନଥାନ୍ତି, ତେବେ ସେ ମଧ୍ୟ ଏହି ସେବା ପାଇବେ । ସେହିପରି ଅବିବାହିତ ସହୀଦଙ୍କ କ୍ଷେତ୍ରରେ ତାଙ୍କ ବାପା ମା’ଙ୍କୁ ମଧ୍ୟ ଆଜୀବନ ମାଗଣା ରେଳ ସେବା ଯୋଗାଇ ଦିଆଯିବ ।

ସୂଚନାଯୋଗ୍ୟ ଯେ, ଭାରତର ସର୍ବୋଚ୍ଚ ସାହସିକତା ସମ୍ମାନ ଯଥା- ପରମବୀର ଚକ୍ର, ମହାବୀର ଚକ୍ର, ବୀର ଚକ୍ର, ଅଶୋକ ଚକ୍ର, କୀର୍ତ୍ତି ଚକ୍ର ଓ ଶୌର୍ଯ୍ୟ ଚକ୍ର ବିଜେତାମାନେ ଏହି ବିଶେଷ ସୁବିଧା ପାଇବାକୁ ହକଦାର ହେବେ ।  ଯୁଦ୍ଧକ୍ଷେତ୍ର ହେଉ କିମ୍ବା ଆଭ୍ୟନ୍ତରୀଣ ସୁରକ୍ଷା, ଏହି ସମ୍ମାନଗୁଡ଼ିକ ସୈନିକମାନଙ୍କର ଅସାଧାରଣ ବୀରତ୍ୱର ପ୍ରତୀକ ।  ସରକାରଙ୍କ ଏହି କଲ୍ୟାଣକାରୀ ଯୋଜନା ଦ୍ୱାରା ଦେଶର ପ୍ରତିରକ୍ଷା ବାହିନୀର ମନୋବଳ ଦୃଢ଼ ହେବା ସହ ଶହିଦ ଓ ସମ୍ମାନିତ ସୈନିକଙ୍କ ପରିବାର ସମାଜରେ ଉପଯୁକ୍ତ ମାନ୍ୟତା ପାଇପାରିବେ ।

Leave A Reply

Your email address will not be published.