ମହିଳାଙ୍କୁ ହାଣି ଘରେ କଳାକନା ବୁଲାଇଲେ ମୁଖା ପିନ୍ଧା ଲୁଟେରା

newyr25

ପିପିଲି: ପିପିଲିରେ ମାତିଲେ ମୁଖା ପିନ୍ଧା ଲୁଟେରା । କଣାସ ଗୋଲରା ଗାଁରେ ୩ ମୁଖା ପିନ୍ଧା ଲୁଟେରା ଆତଙ୍କ ଖେଲାଇଛନ୍ତି । ଘରେ ପଶି ମହିଳାଙ୍କୁ ହାଣିଲେ । ବିଳମ୍ବିତ ରାତିରେ ଘରୁ ଲୁଟିନେଲେ ୩ ଲକ୍ଷ ଟଙ୍କା ଓ ସୁନା ଗହଣା । ଏହା ସହ ମହିଳାଙ୍କ ହାତକୁ ହାଣିବା ସହ ୮ ବର୍ଷ ପୁଅକୁ ହତ୍ୟା ଧମକ ମଧ୍ୟ ଦେଲେ । ସୂଚନା ପାଇ ଗଡ଼ିଶା ଗଦା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ସେହିପରି ଗତ ୨୫ ତାରିଖ ରାତିରେ ଡେଲାଙ୍ଗରେ ସିରିଲ ଲୁଟ୍ ହୋଇଥିଲା । ଡେଲାଙ୍ଗ କଲ୍ୟାଣପୁର ଗାଁରୁ ଗୋଟିଏ ରାତିରେ ଏକକାଳୀନ ୪ ଜଣଙ୍କ ଘରୁ ସିରିଜ ଚୋରି କରିଛନ୍ତି । ଶିକ୍ଷୟତ୍ରୀ ମମତା ରାଣୀ ସାହୁଙ୍କ ଘରୁ ୧୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା , ସଂଲଗ୍ନ ଭୋବନା ନନ୍ଦ ସାହୁଙ୍କ ଘରେ ପଶି ୬ ହଜାର ଟଙ୍କା ସମେତ ସୁନା ଓ ରୁପା ମୁଦି ଲୁଟିଥିଲେ । ସେହିଭଳି ସହଦେଵ ବେହେରାଙ୍କ ଘରେ ପଶି କବାଟ ଭାଙ୍ଗି ଟ୍ରଙ୍କରେ ଥିବା ଅଳଂକାର ସମେତ ଟଙ୍କା ନେଇଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି! । ଘଟଣାସ୍ଥଳରେ ଡେଲାଙ୍ଗ ଫାଣ୍ଡି ଅଧିକାରୀ ପହଂଚି ସାଇଣ୍ଟପିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି l ବିଭିନ୍ନ ସ୍ଥାନରେ ଲାଗିଥିବା ସିସି ଟିଭି କୁ ପୋଲିସ ଅନୁଧ୍ୟାନ କରିବା ସହିତ ବିଭିନ୍ନ ସ୍ଥାନ ଲୋକଙ୍କୁ ପଚରା ଉଚରା କରୁଛି।

Leave A Reply

Your email address will not be published.