୧୦ ଦିନ ପାଇଁ ଟ୍ରମ୍ପଙ୍କ ଯୁଦ୍ଧବିରତି

newyr25

ନୂଆଦିଲ୍ଲୀ: ଇରାନ ଉପରେ ଆକ୍ରମଣ ବନ୍ଦ । ୧୦ ଦିନ ପାଇଁ ଟ୍ରମ୍ପଙ୍କ ଯୁଦ୍ଧବିରତି । ଇରାନ ଉପରେ ୧୦ ଦିନ ପାଇଁ ଆକ୍ରମଣ ସ୍ଥଗିତ ରଖିଲା ଆମେରିକା । ଏହି ସମୟ ମଧ୍ୟରେ ଇରାନର ବିଦ୍ୟୁତ ଓ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିବନି ପେଣ୍ଟାଗନ । ଇରାନ ସହ ଆଲୋଚନା ଭଲ ଚାଲିଛି । ଇରାନର ଅନୁରୋଧରେ ଏହି ଆକ୍ରମଣ ସ୍ଥଗିତ ରଖାଯାଇଥିବା ଦାବି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ୧୦ ଦିନିଆ ଯୁଦ୍ଧବିରତି ଯୋଗୁଁ ଆଲୋଚନା ପାଇଁ ସମୟ ମିଳିବ ବୋଲି ଟ୍ରମ୍ପଙ୍କ ଦାବି । ଏନେଇ ଟ୍ରମ୍ପ ନିଜ ସୋସିଆଲ ମିଡିଆ ଟ୍ରୁଥରେ ସୂଚନା ଦେଇଛନ୍ତି ।

କହିଛନ୍ତି, ଏପ୍ରିଲ ୬ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏହି ଯୁଦ୍ଧବିରତି ଜାରି ରହିବ । ତେବେ ଏହା ସମ୍ପୂର୍ଣ୍ଣ ଯୁଦ୍ଧବିରତି ବା ଅସ୍ଥାୟୀ ଭାବେ ରହିବ ତାହା ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଟ୍ରମ୍ପ । ସେପଟେ ଏହାକୁ ଖଣ୍ଡନ କରି ମିଛ ବୋଲି କହିଛି ଇରାନ । କୌଣସି ଆଲୋଚନା ହୋଇନି କିମ୍ବା ଆମେ କୋଣସି ଅନୁରୋଧ କରିନୁ ବୋଲି ସ୍ପଷ୍ଟ ଭାବେ କହିଛି ଇରାନ । ଏହା ପୂର୍ବରୁ ମଧ୍ୟ ଗତ ସୋମବାର ଦିନ ୫ ଦିନିଆ ଯୁଦ୍ଧବିରତି ବୋଲି କହିଥିଲେ ଟ୍ରମ୍ପ । ସେତେବେଳେ ମଧ୍ୟ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରିଥିଲା ଇରାନ ।

ଗତକାଲି ଯୁଦ୍ଧ ଭିତରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗୋଟିଏ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନ ତାଙ୍କୁ ସର୍ବୋଚ୍ଚ ନେତା କରିବାକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ସେ ଏଥିପାଇଁ ଧନ୍ୟବାଦ କହି ମନା କରିଦେଇଥିଲେ । ଟ୍ରମ୍ପ ବାରମ୍ବାର ଦାବି କରିଆସୁଛନ୍ତି ଯେ ଦୁଇ ଦେଶ ଭିତରେ ଆଲୋଚନା ଚାଲିଛି ଓ ଇରାନ ବୁଝାମଣା କରିବାକୁ ଚାହୁଁଛି । କିନ୍ତୁ ଇରାନ ଏହି ଦାବିକୁ ଖଣ୍ଡନ କରିଛି ।

Leave A Reply

Your email address will not be published.