ଜୟଦେବ ଜେନାଙ୍କୁ ହତ୍ୟା ଧମକ ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଚିଠି ଲେଖିଲା କଂଗ୍ରେସ

add-all

କେନ୍ଦୁଝର : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ-ଶୃଙ୍ଖଳା, ନାରୀ ସୁରକ୍ଷାର ଅଭାବ, ରାହାଜାନି, ଦୁଷ୍କର୍ମ, ହତ୍ୟାକାଣ୍ଡ ଏବଂ ରାଜନେତାଙ୍କୁ ହତ୍ୟା ଧମକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ସମ୍ପର୍କରେ କଂଗ୍ରେସ କର୍ମୀ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନାଙ୍କ ସଂଯୋଜନାରେ ଏକ ସମାବେଶ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର ବରିଷ୍ଠ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ। ଏହି ସଭାରେ କଂଗ୍ରେସର ଅଭିଯୋଗ କରିଥିଲା ଯେ, ଖଣି ଖାଦାନ ଓ ପ୍ରାକୃତିକ ସମ୍ପଦରେ ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ଦରିଦ୍ରତା ଅତ୍ୟଧିକ ରହିଛି। ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକମାନେ କାମ ଅଭାବରୁ ଦାଦନ ଶ୍ରମିକ ଭାବେ ବାହାରକୁ ପଳାୟନ କରୁଛନ୍ତି। ଅନେକ ଛାତ୍ରଛାତ୍ରୀ ଶିକ୍ଷା ଛାଡ଼ି ଦାଦନ ଶ୍ରମରେ ଯୋଗ ଦେଉଛନ୍ତି। ଖଣି ଓ ଖାଦାନଗୁଡ଼ିକୁ ଅନୈତିକ ଭାବରେ ଲୁଟ କରାଯାଉଛି। କୌଣସି ରାଜନେତା ଖଣି ମାଫିଆ ଓ ବାହାର କମ୍ପାନୀଙ୍କ ବିରୋଧରେ ସ୍ୱର ଉଠାଇଲେ ତାଙ୍କୁ ହତ୍ୟା ଧମକ ଦିଆଯାଉଛି କଥା କହି ଅଭିଯୋଗ ଆଣିଥିଲେ। ନିକଟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।

ad-week
Leave A Reply

Your email address will not be published.