ସ୍ତ୍ରୀର ଗଳା କାଟି ହତ୍ୟା ଉଦ୍ୟମ, ଅବସ୍ଥା ସଙ୍କଟାପନ୍ନ

add-all

ଟାଙ୍ଗୀ: ସ୍ତ୍ରୀର ବେକ କାଟି ହତ୍ୟା ଉଦ୍ୟମ । ପତି ପତ୍ନୀ କଳହର ଚରମ ପରିଣତି। ରାଗରେ ସ୍ତ୍ରୀର ବେକ କାଟିଦେଲା ସ୍ବାମୀ। ଗୁରୁତର ଅବସ୍ଥାରେ ପତ୍ନୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବରୁଣପଡା ଗାଁରେ। ଅଭିଯୁକ୍ତ ସ୍ବାମୀ ଦିବାକର ଘଡ଼ାଇ ପତ୍ନୀ ଲିନାଙ୍କ ବେକ କାଟି ହତ୍ୟା ଉଦ୍ୟମ କରିଛି। ଦିବାକର ପେଷାରେ ଜଣେ ମସ୍ୟଜୀବୀ ।

କିଛି ଦିନ ତଳେ ସେ ବାଙ୍ଗାଲୋର ପଳାଇଥିଲେ। ବାଙ୍ଗାଲୋରରୁ ଫେରିବା ପରେ ଦିବାକର ଓ ପତ୍ନୀ ଲିନାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଦିବାକର ପତ୍ନୀ ଲିନାଙ୍କ ବେକକୁ ଏକ ଛୁରିରେ କାଟି ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲିନାଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରା ଯାଇଛି ।

ad-week
Leave A Reply

Your email address will not be published.