ମନ୍ କି ବାତର ୧୩୨ ତମ ସଂସ୍କରଣରେ ସମ୍ବଲପୁର ମତ୍ସ୍ୟ ଚାଷୀ ସୁଜାତା ଭୂୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

add-all

ସମ୍ବଲପୁର: ସମ୍ବଲପୁରର ମହିଳା ମତ୍ସ୍ୟ ଚାଷୀ ସୁଜାତା ଭୂୟାଁଙ୍କୁ ଆଜି ମନ କି ବାତ ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି । ହୀରାକୁଦ ଜଲଭଣ୍ଡାରରେ ୨୦୨୨ରୁ ମତ୍ସ୍ୟ ଚାଷ କରୁଛନ୍ତି ସୁଜାତା । ପ୍ରଥମେ ସରକାରଙ୍କ ନିକଟରୁ ୩୨ ଲକ୍ଷ ଟଙ୍କା ଲୋନ ଆଣି ତିନୋଟି କେଜ କୋଳଚୋରରେ ମାଛ ଚାଷ କରିଥିଲେ । ଯାହା ଧିରେ ଧିରେ ତାଙ୍କ ବ୍ୟବସାୟକୁ ବଢ଼ାଇଥିଲା । ବର୍ତ୍ତମାନ ଏହି ମାଛ ରାୟପୁର ସମେତ ବିଭିନ୍ନ ରାଜ୍ୟ ମାନଙ୍କୁ ମାଛ ପଠାଯାଉଛି ।  ଏବେ ମାଛ ଚାଷ ରେ ବେସ ଲାଭବାନ ହେଇଛନ୍ତି ସୁଜାତା । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଆଜି ମନ କି ବାତ ରେ ତାଙ୍କର ପ୍ରଶଂସା କରିଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଉତ୍ସାହ ପ୍ରେରଣା ଦେବ ବୋଲି କହିଛନ୍ତି ସୁଜାତା । ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଶୁଣି ବହୁତ ଖୁସି ଲାଗୁଛି କହିଲେ । ୨୦୨୨ରୁ ମତ୍ସ୍ୟ ବିଭାଗରୁ ଋଣ ଆଣି ମତ୍ସ୍ୟ ଚାଷ ଆରମ୍ଭ କରିଥିଲି । ବାର୍ଷିକ ୨୫ରୁ ୩୦ ଟନ୍ ଉତ୍ପାଦନ ହେଉଛି । ରାୟପୁର, କୋଲକାତା, ଆନ୍ଧ୍ରପ୍ରଦେଶକୁ ପଠାଉଛନ୍ତି। ବର୍ଷକୁ ୬ରୁ ୭ ଲକ୍ଷ ଟଙ୍କା ରୋଜଗାର ହେଉଥିବା କହିଲେ ସୁଜାତା ଭୂୟାଁ ।

Leave A Reply

Your email address will not be published.