ଆମେରିକାର F-୧୬ ଯୁଦ୍ଧ ବିମାନକୁ ଖସାଇଲା ଇରାନ

add-all

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଇରାନ ବଡ଼ ଦାବି କରିଛି । ଆମେରିକାର ସାମରିକ ଘାଟି ଏବଂ ସେମାନଙ୍କର ସାମରିକ ଘାଟି ଏବଂ ଫାଇଟର ଜେଟ୍ F-୧୬ ଲଢୁଆ ବିମାନକୁ ଟାର୍ଗେଟ୍ କରିଥିବା ଦାବି କରିଛି । ଏହା ଏକ F-16 ଲଢ଼ୁଆ ବିମାନ ଏବଂ ଏକ ଆମେରିକୀୟ MQ-9 ଡ୍ରୋନକୁ ଗୁଳି କରି ଖସାଇ ଦେଇଛି ବୋଲି କୌଣସି ଏକ ସୂତ୍ରରୁ ଜଣାପଡିଛି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ବିବୃତ୍ତି ଜାରି କରିନାହିଁ ।

ସୂଚନାନୁଯାୟୀ, ଇରାନୀ ନାଗରିକ ଏବଂ ଇଣ୍ଡଷ୍ଟ୍ରିଆଲିଷ୍ଟ ସାଇଟସ ଉପରେ ଆକ୍ରମଣର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । IRGC ଦାବି କରିଛି ଯେ, ଏହା ଅଧିକୃତ ଅଞ୍ଚଳରେ ଅବସ୍ଥିତ ଆମେରିକା-ଇସ୍ରାଏଲୀ ଘାଟିଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଥିଲା । ଏହା ଏକ ଆମେରିକୀୟ F-16 ଯୁଦ୍ଧ ବିମାନ ଉପରେ ଆକ୍ରମଣ କରିଛି ବୋଲି IRGC ଦାବି କରିଛି । କିନ୍ତୁ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହାରି ମଧ୍ୟରେ ଇରାନ, ଇସ୍ରାଏଲ ଏବଂ ଆମେରିକା ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ଏହି ସଂଘର୍ଷ ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।

Leave A Reply

Your email address will not be published.