ବିଜେପି ସରକାର ଆସିଲେ ମାଛ ଖାଇବା ବନ୍ଦ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

add-all

ପଶ୍ଚିମବଙ୍ଗ:ବିଜେପି ଆସିଲେ ମାଛ ଖାଇବା ବନ୍ଦ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ବଡ଼ ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମାଛ ଖିଆଯାଏ ନାହିଁ ।  ଯଦି ବିଜେପି କ୍ଷମତାକୁ ଆସେ ତେବେ ଆପଣମାନେ ମାଛ କିମ୍ବା ଅଣ୍ଡା ମଧ୍ୟ ଖାଇପାରିବେ ନାହିଁ ।  ବିଜେପି କୌଣସି ଧର୍ମକୁ ବିଶ୍ୱାସ କରେ ନାହିଁ । ସେମାନେ କେବଳ ଦଙ୍ଗା କରାଇବାରେ ବିଶ୍ୱାସ କରନ୍ତି ।

ଲୋକଙ୍କୁ ମାରି ଏବଂ ହିଂସା କରାଇ ସେମାନେ କ୍ଷମତାକୁ ଆସନ୍ତି । ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମହିଳା ଏବଂ ଆଦିବାସୀଙ୍କ ଉପରେ ସବୁଠାରୁ ଅଧିକ ଆକ୍ରମଣ ହେଉଛି ବୋଲି ଅଭିଯୋଗ କରିଛନ୍ତି ମମତା ।  ଅନ୍ୟ ରାଜ୍ୟରେ ବଙ୍ଗାଳୀ ଭାଷାଭାଷୀ ଲୋକଙ୍କ ଉପରେ ଆକ୍ରମଣ କରାଯାଉଛି ।  କିନ୍ତୁ ଆମେ ପଶ୍ଚିମବଙ୍ଗରେ କାହାରିକୁ ଶୋଷଣ କରୁନାହୁଁ । ମମତା ବାନାର୍ଜୀଙ୍କ ଏହି ବୟାନ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଅନ୍ୟପଟେ ବିଜେପି ଏହାକୁ କେବଳ ଏକ ନିର୍ବାଚନୀ ପ୍ରଚାର ବୋଲି କହି ପ୍ରତ୍ୟାଖ୍ୟାନ କରିଛି ।

Leave A Reply

Your email address will not be published.