
ଭୁବନେଶ୍ବର : ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ତତ୍କାଳୀନ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂହଙ୍କୁ ଫୋନ୍ରେ ହତ୍ୟା ଧମକ ଦେଇଥିଲେ। ଏହି ଘଟଣାରେ ନର୍ଲା ପୁଲିସ ବିଭୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର ପୂର୍ବାହ୍ଣରେ କେସିଙ୍ଗା ପୁଲିସ ଭୁବନେଶ୍ବରସ୍ଥିତ ବିଧାୟିକାଙ୍କ ବାସଭବନରେ ଚଢ଼ାଉ କରିଥିଲା। ବିଧାନସଭା ଚାଲୁଥିବା ସମୟରେ ଏଭଳି ଚଢ଼ାଉ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଧାୟିକା ଓ ବିଜେଡି ଅଭିଯୋଗ କରିଛନ୍ତି। ତହସିଲଦାର ମାମଲା ପ୍ରତ୍ୟାହାର କରିବା ଯାଏଁ ବିରୋଧ ଜାରି ରହିବ ବୋଲି ବିଜେଡି କହିଛି। କଳାହାଣ୍ଡି ଜିଲ୍ଲା ଦୁଇମାସ ପୂର୍ବେ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ପଞ୍ଚାୟତ ସମିତିର ଅଧ୍ୟକ୍ଷ ରହିଥିବା ବେଳେ ନର୍ଲା ତହସିଲଦାର ଶ୍ରୀ ବିଭୁ ପ୍ରସାଦ ସିଂହଙ୍କୁ ଫୋନରେ ହତ୍ୟା ଧମକ ଦେଇଥିଲେ ବୋଲି ନର୍ଲା ତହସିଲଦାର ଶ୍ରୀ ସିଂହ ପୁଲିସ ଠାରେ ଏଫ୍ ଆଇ. ଆର ରୁଜୁ କରିଛନ୍ତି। ଏହି ଘଟଣାରେ ସୋମବାର ପୂର୍ବାହ୍ନରେ ନର୍ଲା ବ୍ଲକ ବିଜେଡି ସଭାପତି ନୀଳମଣି ସାହୁଙ୍କ ନେତୃତ୍ୱରେ ଯୁବ, ଛାତ୍ର ଓ ମହିଳା ବିଜୁ ଜନତା ଦଳର ଶତାଧିକ ଦଳୀୟ କର୍ମକର୍ତ୍ତା ଏକ ବିରାଟ ଶୋଭାଯାତ୍ରାରେ ନର୍ଲା ତହସିଲ ଅଫିସ ସମ୍ମୁଖରୁ ବାହାରି ମୋହନ ମାଝୀ ସରକାର ବିରୁଦ୍ଧରେ ନାରାବାଜି କରି ନର୍ଲା ଚାରିଛକ ଠାରେ ପହଞ୍ଚି ଥିଲେ l
ଉକ୍ତ ଶୋଭାଯାତ୍ରାରେ ବିଜେଡିର ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ କୁମାର ରାଉତ, ମ. ରାମପୁର ବ୍ଲକ ସଭାପତି ସତ୍ୟନାରାୟଣ ସାହୁ, କର୍ଲାମୁଣ୍ଡା ବ୍ଲକ୍ ସଭାପତି ଯଶୋବନ୍ତ ସାହୁ, ବିଜୁ ମହିଳା ଜିଲ୍ଲା ସଭାନେତ୍ରୀ ସବିତା ପ୍ରଧାନ, ବିଜୁ ମହିଳା ନର୍ଲାବ୍ଲକ୍ ସଭାନେତ୍ରୀ ପ୍ରମିଳା ପଧାନ, ବିଜୁ ମହିଳା ମ. ରାମପୁର ବ୍ଲକ୍ ସଭାନେତ୍ରୀ ତୁଳସୀ ବିଶି, ଜିଲ୍ଲା ଉପ ସଭାପତି ଧର୍ମେନ୍ଦ୍ର ନାଏକ, ସମାଜସେବୀ ଜୟ ମେହେର, ନର୍ଲା ସରପଞ୍ଚ ସଂଘର ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ଘଣ୍ଟମାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ଦେବେନ୍ଦ୍ର ସା, ବାଗପୁର ସରପଞ୍ଚ ଗୋପାଳ ହାତୀ, ରୁପ୍ରାରେlଡ ସରପଞ୍ଚ ହେମନ୍ତ ଭୋଇ, ବିଜୁ ଛାତ୍ର ଜନତା ଦଳ ନର୍ଲା ସଭାପତି ଘାସିରାମ ସାହୁ, ଘନ ସିଂଦେଓ, ଭବାନୀ ଶଙ୍କର ସାହୁ, ବିଜୁ ଜନତା ଦଳ ଜିଲ୍ଲା ସମ୍ପାଦକ ପ୍ରଦୀପ ସାହୁ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଜୟନ୍ତ ଗୌଡ଼, ବିଜେଡି ନର୍ଲା ବ୍ଲକ ପୂର୍ବତନ ସଭାପତି ମନମୋହନ ନାଏକ, ମିଟୁ ଡାକୁଆ, ଶରତ ଚନ୍ଦ୍ର ନାଏକ, ତେଜରାଜ ସାହୁ, କିଶୋର ମହାଲିଙ୍ଗ, ହରି ନାଏକ, ଲକ୍ଷ୍ମଣ ଭେlଇ, ଯୁଗଳ କିଶୋର କୁମୁରା, ଗୋବିନ୍ଦ ସାହୁ, ମକୁନ୍ଦ ଧରୁଆଙ୍କ ସମେତ ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଯଦି ନର୍ଲା ତହସିଲଦାର ଉକ୍ତ ମାମଲା ପ୍ରତ୍ୟାହାର ନ କରନ୍ତି, ତାହେଲେ ନର୍ଲା ରେ ଆନ୍ଦୋଳନ ଜାରି ରହିବ ବୋଲି ଉପସ୍ଥିତ ଥିବା ବରିଷ୍ଠ ନେତାମାନେ ମତବ୍ୟକ୍ତ କରିଥିଲେ l