ରାଜସୁନାଖଳା ମଣ୍ଡଳ ସଭାପତି ହେଲେ ଜ୍ୟୋତିରଞ୍ଜନ ସାହୁ

add-all

ନୟାଗଡ଼ ,୩୦/୩(ନିସର୍ତ୍ତ) : ରାଜ୍ୟ ଭାରତୀୟ ଜନତା ଦଳର ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଓ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ସୁପାରିସକ୍ରମେ ରାଜସୁନାଖଳା ମଣ୍ଡଳ ବିଜେପି ଦଳର ନୂତନ କର୍ମକର୍ତ୍ତା ଗଠନ କରାଯାଇଅଛି ! ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା,ଜିଲ୍ଲା ପଦାଧିକାରୀ ତପନ କୁମାର ପ୍ରଧାନ, ରାଜସୁନାଖଳା ମଣ୍ଡଳ ଉପ-ସଭାପତି ପଦ୍ମ ଲୋଚନ ମହାନ୍ତି,କୃଷ୍ଣ ଚନ୍ଦ୍ର ସାମନ୍ତରାୟ,ପ୍ରମୋଦ କୁମାର ରଗଡ,କୈଳାଶ ଚନ୍ଦ୍ର ପ୍ରଧାନ,ସାଧୁ ଚରଣ ସେଠୀ,ରବୀନ୍ଦ୍ର କୁମାର ସାହୁ, ପିତାବାସ ସାହୁ, ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ସାହୁ,ସମ୍ପାଦକ ପ୍ରଭାତ କୁମାର ସାହୁ,ଜୟକୃଷ୍ଣ ସାହୁ,ସମ୍ପାଦିକା ଭୁବନେଶ୍ୱରୀ ସାହୁ , ପ୍ରଭାତୀ ନାୟକ , କୋଷାଧ୍ୟକ୍ଷ ବରଦା ପ୍ରଶନ୍ନ ସୁବୁଦ୍ଧିଙ୍କ ସମେତ ବହୁ କର୍ମକର୍ତ୍ତା ଓ କର୍ମୀମାନେ ଯୋଗଦେଇଥିଲେ |

ନୂତନ ବିଜେପି ମଣ୍ଡଳ ସଭାପତି ଜ୍ୟୋତି ରଞ୍ଜନ ସାହୁଙ୍କର କାର୍ଯ୍ୟ ଦକ୍ଷତା, ଭାଇଚାରା ସମ୍ପର୍କ , ସୁସଂଗଠକ, ନିଷ୍ଠାପର, କର୍ତ୍ତବ୍ୟ ନିଷ୍ଠ ,ଦଳର ପ୍ରଚାର,ପ୍ରସାର ଓ ବିଜେପି ଦଳର ସଭ୍ୟ ସଂଗ୍ରହ, ତୃଣମୂଳସ୍ତରରୁ ବିଜେପି ଦଳକୁ ସୁଦୃଢ କରିଥିବାରୁ ତାଙ୍କୁ ନୂତନ ପଦପଦବୀରେ ନିଯୁକ୍ତି ଦିଆଯାଇଥିବାରୁ ସେମାନଙ୍କୁ ଫୁଲତୋଡ଼ା,ଉତ୍ତରୀୟ ପ୍ରଦାନ କରି ଉଚ୍ଚ ପ୍ରଶଂସା କରିଅଛନ୍ତି ! ଆଗାମୀଦିନରେ ରାଜସୁନାଖଳା ମଣ୍ଡଳରେ ବିଜେପି ଦଳ ଲୋକମାନଙ୍କଠାରୁ ଜନ ସମର୍ଥନ ପାଇଁ ବିପୁଳ ଭୋଟରେ ବିଜେପି ଦଳର ପ୍ରାର୍ଥୀ ମାନେ ଵିଜୟୀ ହେବେ ବୋଲି ରଣପୁର ବିଧାୟିକା ସୁରମା ପାଢ଼ୀ ଓ ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା ଘୋଷଣା କରିଅଛନ୍ତି ! ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ପରେ ଜ୍ୟୋତି ରଞ୍ଜନ ସାହୁ ବିଗତ ଦିନରେ ଅସହାୟ ମାନଙ୍କୁ ମାଗଣାରେ ଅମ୍ଳଜାନ ସିଲିଣ୍ଡର ପ୍ରଦାନ କରିବା ସହିତ ୫୩ ଥର ରକ୍ତଦାନ କରିଵା ସହିତ ରଣପୁର ଅଞ୍ଚଳରେ ଜଣେ ଯୁବ ସମାଜସେବୀ ଭାବେ ଚର୍ଚ୍ଚାରେ ଥିଲେ ! ଏହି ନୂଆ ନିଯୁକ୍ତି ପରେ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଶିବିର ଉତ୍ସାହିତ ହୋଇପଡ଼ିଛି। ରଣପୁର ବ୍ଲକର ସୁର୍କବାଡି ପଞ୍ଚାୟତର ବାସିନ୍ଦା ଜ୍ୟୋତି ରଞ୍ଜନ ସାହୁ ନୂତନ ସଭାପତିଭାବେ ରାଜସୁନାଖଳା ମଣ୍ଡଳରେ ସଭାପତି ପଦ ପାଇଥିବାରୁ ଲୋକମାନଙ୍କ ମନରେ ଉତ୍ସାହର ବାତାବରଣ ଖେଳିଯାଇଛି । ରଣପୁର ନିର୍ବାଚନ ମଣ୍ଡଳୀ ଓ ରାଜସୁନାଖଳା ମଣ୍ଡଳର ବହୁ ଜନସାଧାରଣ ନୂତନ ସଭାପତି ଶ୍ରୀ ସାହୁଙ୍କୁ ଶୁଭେଚ୍ଛା ଜଣାଇଅଛନ୍ତି ! ରାଜସୁନାଖଳା ମଣ୍ଡଳରେ ବିଜେପି ସଂଗଠନକୁ ସୁଦୃଢ଼ କରିବା ସହ ଉତ୍ତମ ସେବା ସୁବିଧା ଯୋଗାଇ ଦେବାକୁ ପ୍ରୟାସ ଜାରି ରଖିବେ ବୋଲି ନୂତନ ସଭାପତି ଜ୍ୟୋତି ରଞ୍ଜନ ସାହୁ ଗଣମାଧ୍ୟମକୁ ସୂଚନା ଦେଇଅଛନ୍ତି !

Leave A Reply

Your email address will not be published.