ବନ୍ଧା ହେଲା ବିଭିନ୍ନ ହାଇକୋର୍ଟକୁ ବୋମା ଧମକ ଦେଉଥିବା ମୁଖ୍ୟ ଅଭିଯୁକ୍ତ

add-all

ନୂଆଦିଲ୍ଲୀ : ବିଭିନ୍ନ ହାଇକୋର୍ଟକୁ ଧମକପୂର୍ଣ୍ଣ ମେସେଜ ଅଭିଯୋଗରେ ଜଣେ ଗିରଫ । ମହୀଶୂରରୁ ଶ୍ରୀନିବାସ ଲୁଇସଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ। ହାଇକୋର୍ଟ ଓ ସରକାରୀ ଅଫିସକୁ ପଠାଉଥିଲେ ଧମକପୂର୍ଣ୍ଣ ମେସେଜ । ୧୦୦୦ରୁ ଅଧିକ ମିଥ୍ୟା ମେସେଜ ପଠାଇବା ଅଭିଯୋଗରେ ଗିରଫ । ଅଭିଯୁକ୍ତଙ୍କୁ ଧରିବା ପାଇଁ କର୍ଣ୍ଣାଟକରେ ପ୍ରାୟ ଦୁଇ ସପ୍ତାହ ଧରି ନିରନ୍ତର ଅଭିଯାନ ଚଳାଇଥିଲା ଦିଲ୍ଲୀ ପୋଲିସ୍ । ମହୀଶୁର ବୃନ୍ଦାବନ ଲେଆଉଟରେ ଥିବା ତାଙ୍କ ଘର ଉପରେ ଚଢାଉ କରାଯାଇ ତାଙ୍କୁ ଗିରଫ କରାଯାଇଛି । ପୋଲିସ ଅଭିଯୁକ୍ତ ନିକଟରୁ ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରିଛି ।

ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କୁ ମହୀଶୂରର ବୃନ୍ଦାବନ ଲେଆଉଟରେ ତାଙ୍କ ଘରେ ଚଢାଉ ସମୟରେ ଗିରଫ କରାଯାଇଥିଲା । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଶ୍ରୀନିବାସ ଉଚ୍ଚଶିକ୍ଷିତ ଏବଂ ସ୍ନାତକୋତ୍ତର ଡିଗ୍ରୀଧାରୀ, କିନ୍ତୁ ବର୍ତ୍ତମାନ ସେ ବେକାର ଅଛନ୍ତି । ଶ୍ରୀନିବାସ ତାଙ୍କ ମାଆଙ୍କ ସହିତ ରୁହନ୍ତି, ଯିଏ ଜଣେ ଅବସରପ୍ରାପ୍ତ ସରକାରୀ ସ୍କୁଲ ଶିକ୍ଷୟିତ୍ରୀ । ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଅଭିଯୁକ୍ତ ଆଇନ ପାଠପଢ଼ା ଆରମ୍ଭ କରିଥିଲେ କିନ୍ତୁ ତାଙ୍କର ଶେଷ ବର୍ଷ ସମାପ୍ତ କରିପାରି ନଥିଲେ ।

ଅଭିଯୁକ୍ତ ଅନେକ କୋର୍ଟକୁ ମିଥ୍ୟା ଧମକପୂର୍ଣ୍ଣ ଇମେଲ୍ ପଠାଇଥିଲା । ସୂତ୍ର ଅନୁଯାୟୀ ପୋଲିସ ସନ୍ଦେହ କରୁଛି ଯେ ଏହି ମାନସିକ ଯନ୍ତ୍ରଣା ତାଙ୍କୁ କୋର୍ଟଗୁଡ଼ିକୁ ଟାର୍ଗେଟ କରିବାକୁ ପ୍ରେରଣା ଦେଇଥିଲା । ଅଧିକାରୀଙ୍କ ଅନୁଯାୟୀ, ଅଭିଯୁକ୍ତ ଗତ କିଛି ମାସ ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଏବଂ ଅନେକ ଜିଲ୍ଲା କୋର୍ଟକୁ 1,000 ରୁ ଅଧିକ ଧମକପୂର୍ଣ୍ଣ ଇମେଲ୍ ପଠାଇଛି । ଅଭିଯୁକ୍ତ ଦିଲ୍ଲୀର ସ୍କୁଲଗୁଡ଼ିକୁ ସମାନ ଧମକପୂର୍ଣ୍ଣ ଇମେଲ୍ ପଠାଇଛି କି ନାହିଁ ତାହା ମଧ୍ୟ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.