
ସୁନ୍ଦରଗଡ଼ : ଡାହାଣୀ ସନ୍ଦେହରେ ହତ୍ୟା । ସୁନ୍ଦରଗଡ଼ ସଦର ଥାନା ସାନପତ୍ରାପାଲି କେନ୍ଦମାଲରେ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ ଭାବେ ନିର୍ମମ ହତ୍ୟା ଅଭିଯୋଗ । ମାମଲାରେ ସଂପୃକ୍ତି ସନ୍ଦେହରେ ଚାରି ଜଣଙ୍କୁ ଥାନାରେ ଅଟକ ରଖାଯାଇଛି । ମୃତକ ହେଲେ କେନ୍ଦାମାଲର ମହାଦେବ ପ୍ରଧାନ । ମହାଦେବ ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ଗତକାଲି ରାତିରେ ଗାଁର ୪ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ମହାଦେବ ଓ ତାଙ୍କ ସ୍ତ୍ରୀ ଆକ୍ରମଣର ଶିକାର ହୋଇଥିବା ବେଳେ ମହାଦେବଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସକାଳେ ପାଖ ଗାଁ ବାଲିଯୋରୀରେ ରହୁଥିବା ତାଙ୍କ ଝିଅ ଖବରପାଇ ସଦର ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ କରିଛି । ମାମଲାରେ ସମ୍ପୃକ୍ତ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସଦର ଏସଡିପିଓ ନିର୍ମଳ ମହାପାତ୍ର ସୂଚନା ଦେିଛନ୍ତି ।