ମାସୁଦ ଆଝାରର ବଡ ଭାଇ ମହମ୍ମଦ ତାହିର ଅନୱରର ମୃତ୍ୟୁ, କାରଣ ଅସ୍ପଷ୍ଟ

add-all

ଇସଲାମାବାଦ : ପାକିସ୍ତାନରୁ ମଙ୍ଗଳବାର ଏକ ବଡ ଖବର ସାମ୍ନାକୁ ଆସିଛି। ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ବଡ ଭାଇ ମହମ୍ମଦ ତାହିର ଅନୱରର ମୃତ୍ୟୁ ଘଟିଛି। ମାତ୍ର କେଉଁ କାରଣରୁ ତା’ର ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି। ଅଜ୍ଞାତ ବ୍ୟକ୍ତି ଦ୍ୱାରା ତା’ର ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ମହମ୍ମଦ ତାହିର ଅନୱର ଜୈଶ-ଏ-ମହମ୍ମଦର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲା। ଦୀର୍ଘ ଦିନ ଧରି ସଙ୍ଗଠନର କାର୍ଯ୍ୟକଳାପରେ ମଧ୍ୟ ସକ୍ରିୟ ଥିଲା। ଯେଉଁସ୍ଥାନରେ ଅନୱରର ମୃତ୍ୟୁ ଘଟିଛି ତାହା ପୂର୍ବରୁ ସଙ୍ଗଠନର କାର୍ଯ୍ୟକଳାପର ଏକ କେନ୍ଦ୍ର ଥିଲା। ଅନୱରର ମୃତ୍ୟୁ ଖବର ପାକିସ୍ତାନର ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହେଉଛି। ଅନୱରର ଅନ୍ତିମ ସଂସ୍କାର ସଂଗଠନ ସହିତ ଜଡିତ ଏକ ଜଣାଶୁଣା ଗଡ଼ ବାହାୱାଲପୁରରେ ହେବାର ରହିଛି।

Leave A Reply

Your email address will not be published.