ଉତ୍ତରାଖଣ୍ତରୁ ଧରାପଡ଼ିଲା ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ହାର୍ଡକୋର ଅପରାଧୀ ରାଜା ସାହାଣୀ

add-all

ଚୌଦ୍ବାର:ଚୌଦ୍ବାରରୁ ଚମ୍ପଟ, ଋଷିକେଶରୁ ଗିରଫ । ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ହାର୍ଡକୋର ଅପରାଧୀ ରାଜା ସାହାଣୀ ଗିରଫ । ଦୀର୍ଘ ୬ ମାସ ପରେ ଉତ୍ତରାଖଣ୍ତରୁ ଗିରଫ ହୋଇଛି ରାଜା ସାହାଣୀ । ଆଜି ସନ୍ଧ୍ୟା ସୁଦ୍ଧା ଓଡିଶା ରେ ପହଂଚିବ ରାଜା । ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ । ଏହାପରେ ରିମାଣ୍ଡରେ ନେବାକୁ ଅନୁମତି ମାଗିବ ପୋଲିସ । ଋଷିକେଶର ଏକ ହୋଟେଲରେ ଥିଲା ରାଜା। କିଛି କାମରେ ସେଠାକୁ ଯାଇଥିଲା । ଏକ ଅପରାଧିକ ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟର ଥିଲା ରାଜା ସାହାଣୀ । ରାଜା ପଛରେ ପଡ଼ିଥିଲେ ଏକାଧିକ ରାଜ୍ୟର ପୋଲିସ। କର୍ଣ୍ଣାଟକ, ବିହାର,ଓଡ଼ିଶା ପୋଲିସ ତାକୁ ଖୋଜୁଥିଲେ । ଚୌଦ୍ଵାର ଜେଲରୁ ଫେରାର ହେବା ପରେ କର୍ଣ୍ଣାଟକ ମହିଶୁରରେ ଏକ ବଡ଼ ଲୁଟ କରିଥିଲେ ରାଜାର ଗ୍ୟାଙ୍ଗ।

ଏକ ଗହଣା ଦୋକାନରୁ ୨୦ କୋଟିରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ କରିଥିଲେ । ତାକୁ ଧରିବାକୁ ଉତ୍ତରପ୍ରଦେଶ, ରାଜସ୍ଥାନ ଓ ପଞ୍ଜାବର ବିଭିନ୍ନ ସ୍ଥାନରେ ଡେରା ପକାଇ ରହିଥିଲା କଟକ କମିଶନରେଟ ପୋଲିସ ଟିମ୍ । ଚଢ଼ାଉ ବେଳେ ଉତ୍ତରାଖଣ୍ଡ ପୋଲିସର ସହାୟତା ନେଇ ଥିଲେ କଟକ ଡିସିପି । ଗତବର୍ଷ ଅକ୍ଟୋବର ୨ ତାରିଖ ରାତିରେ ଦୁଇ ଜଣ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ ରାଣା ଜେଲରୁ ଚମ୍ପଟ ମାରିଥିଲେ । ଉତ୍ତରପ୍ରଦେଶର ବୃନ୍ଦାବନରୁ ମଧୁକାନ୍ତ ଫେବ୍ରୁଆରି ୧୪ରେ ଧରାପଡ଼ିଥିବା ବେଳେ ଉତ୍ତରାଖଣ୍ଡରୁ ରାଜା ଗିରଫ ହୋଇଛି । ଏହି ଦୁଇ ଅପରାଧୀ ମଧୁକାନ୍ତ ରାଣା ଓ ରାଜା ସାହାଣୀ ବିହାର ଅଞ୍ଚଳର । ଗତବର୍ଷ ଅକ୍ଟୋବରରେ ସେଲର ଲୁହାରଡ କାଟି, କମ୍ବଳକୁ ଦଉଡ଼ି ଭାବେ ବ୍ୟବହାର କରି ଜେଲର ଚାରିକାନ୍ଥ ଡେଇଁ ଫେରାର ହୋଇଥିଲେ । ଗତବର୍ଷ ଜାନୁଆରୀରେ ଯାଜପୁର ଜିଲ୍ଲା ପାଣିକୋଇଲିରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ ମାମଲାରେ ଏହି ଦୁଇ ଦୁର୍ଦ୍ଦାନ୍ତ କଏଦୀ ସଂପୃକ୍ତ ଥିଲେ।

Leave A Reply

Your email address will not be published.