ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୪ ଲେନ୍ କରାଯାଉ: ଧର୍ମେନ୍ଦ୍ର ପ୍ରଧାନ

add-all

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୋଳ ଜିଲ୍ଲାରେ ଖଣିଜ ଉତ୍ପାଦନ ଓ ଶିଳ୍ପ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ପତ୍ର ଲେଖିିଛନ୍ତି । ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୨ରୁ ଚାରି ଲେନ୍ କରିବା ସହ ଜନବସତି ଅଞ୍ଚଳରେ ବାଇପାସ ନିର୍ମାଣ ଏବଂ ଏନଏଚ- ୫୫ ଓ ରେଳ କରିଡରକୁ ସଂଯୋଗ କରୁଥିବା ଛେଣ୍ଡିପଦା-ଜରପଡ଼ା ଜିଲ୍ଲା ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ପାଇଁ ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶା ଅର୍ଥନୀତିରେ ଅନୁଗୋଳ ଜିଲ୍ଲା ବିଶେଷ ଭାବରେ ଯୋଗଦାନ ଦେଉଥିବା ବେଳେ ଆଗାମୀ ୨୦୩୩ ସୁଦ୍ଧା ଏଠାରେ କୋଇଲା ଉତ୍ପାଦନ ବାର୍ଷିକ ୨୫୦ରୁ ୩୦୦ ମିଲିୟନ ଟନ୍ କୁ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି । ଯୋଗାଯୋଗ ଓ ପରିବହନ ନେଇ ପଦକ୍ଷେପ ଦ୍ୱାରା ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିବା ସହ ଅଞ୍ଚଳରେ କୋଇଲା ଓ ଶିଳ୍ପ ପରିବହନ ସହଜ ହେବ ଏବଂ ସ୍ଥାନୀୟ ଅଞ୍ଚଳରେ ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ad-week
Leave A Reply

Your email address will not be published.