
ରାୟଗଡ଼ା: ବିବାହ ଭୋଜି ହେଲା ଶେଷ ଭୋଜି । ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର ହୋଇଛନ୍ତି । ବିବାହ ଭୋଜି ଖାଇ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ହୋଇଥିଲା । କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ସୀମାନ୍ତ ନାକଟି ରାସ୍ତାରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ରାୟଗଡ଼ା ଜିଲ୍ଲାର। ରାୟଗଡ଼ା ଜିଲ୍ଲା ବାରିଝୋଲା, ବଡ଼ ଚାନ୍ଦୀଲି, ସାଗମାରି ଗାଁର ୩ଜଣ ଯୁବକ ତୁଣ୍ଡା ଗ୍ରାମରେ ଵିଵାହ ଭୋଜି ସାରି ସ୍କୁଟିରେ ଫେରୁଥିବା ବେଳେ ଅଧାବାଟରେ ଜଗି ବସିଥିଲା ମୃତ୍ୟୁ । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ବନ୍ଧୁଗାଁ ଥାନା ପୋଲିସ ଘଟଣାର ତଦନ୍ତ କରିଛି ।
ସେହିପରି ଗତକାଲି ବାଲେଶ୍ଵର ୧୬ ନମ୍ୱର ଜାତୀୟ ରାଜପଥ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପଶ୍ଚିମବଙ୍ଗର ସାନା ନାମକ ବସ୍ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିବା ବସର ଆଗ ଚକ ଫାଟିଗଲା । ଭାରସାମ୍ୟ ହରାଇ ଡିଭାଇଡର ପାର ହୋଇ ବିଲ ଭିତରକୁ ପଶିଗଲା ଯାତ୍ରୀବାହୀ ବସ୍ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । ଗତ ରାତି୧.୩୦ ବେଳେ ଏହି ଅଘଟଣ ଘଟିଥିଲା ।