ଯୁବକଙ୍କୁ ଛାତରୁ ଠେଲି ହତ୍ୟା !

add-all

ଭୁବନେଶ୍ବର: ଭୁବନେଶ୍ବରରେ ଚାଞ୍ଚଲ୍ୟ । ଯୁବକଙ୍କୁ ଛାତରୁ ଠେଲି ହତ୍ୟା ଅଭିଯୋଗ । ସହିଦନଗର ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ସ୍ଥାନୀୟ ପୋଷ୍ଟ ଅଫିସ ନିକଟରୁ ମିଳିଛି ଯୁବକଙ୍କ ମୃତଦେହ । ଚୋର ସନ୍ଦେହରେ ଯୁବକଙ୍କୁ ଛାତ ଉପରୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସିସିଟିଭିରେ କଏଦ ଏକ ଭିଡିଓରେ ମୃତକଙ୍କୁ କିଛି ଯୁବକ ଠେଲାପେଲା କରୁଥିବା ଦେଖିବାକୁ ମିଳିଛି । ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିବା ସହ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ଗତ ଦୁଇ ଦିନ ତଳେ ଭୁବନେଶ୍ବରରେ ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା । ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲା ସ୍ବାମୀ । ପରେ ପତ୍ନୀହନ୍ତା ସ୍ବାମୀ ଗିରଫ ହଃପୋଥିଲା । ବଡଗଡ ଥାନା ବାଙ୍କୁଆଳରେ ଘଟିଥିଲା ହତ୍ୟାକାଣ୍ଡ । ବଡ଼ଗଡ଼ ଥାନା ବାଙ୍କୁଆଳର ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ମୃତ ମହିଳା ହେଲେ ଅମ୍ବିକା ସ୍ବାଇଁ ।

Leave A Reply

Your email address will not be published.