କୁରାଢ଼ୀରେ ହାଣି ଡ୍ରାଇଭରକୁ ହତ୍ୟା କଲା ହେଲପର୍

add-all

ମୟୂରଭଞ୍ଜ : କୁକୁଡା ମାଂସ ଘରକୁ ଆସିଲା । ହେଲେ ରନ୍ଧା ହେବା ପୂର୍ବରୁ ମାଂସ ଟଙ୍କା ଦିଆନିଆକୁ କେନ୍ଦ୍ରକରି ଜୀବନ ଚାଲିଗଲା । କୁରାଢ଼ୀରେ ଡ୍ରାଇଭରକୁ ମାରି ଦେଲା ହେଲପର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଝାରପୋଖରିଆ ଥାନା ଅନ୍ତର୍ଗତ ଗହଳାମୁଣ୍ଡା ଗାଁରେ ।

ଅଭିଯୋଗ ଅନୁଯାୟୀ, ଏକ ଗାଡିରେ ଡ୍ରାଇଭର ଭାବେ ଅମୃତ ମହାନ୍ତ ଏବଂ ହେଲପର ଭାବେ ଗୁରୁ ଗୋବିନ୍ଦ କାମ କରୁଥିଲେ। ଗତକାଲି ସନ୍ଧ୍ୟାରେ କାମରୁ ଫେରି ଗୁରୁ ଗୋବିନ୍ଦ ଦୋକାନରୁ କୁକୁଡ଼ା ମାଂସ ଆଣିଥିଲେ । ମାଂସ ରୋଷେଇ ପାଇଁ ପ୍ରସ୍ତୁତି କରୁଥିବା ବେଳେ ମାଂସ ବାବଦରେ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗୁରୁ ଗୋବିନ୍ଦ ଉତକ୍ଷିତ ହୋଇ କୁରାଢୀରେ ଅମୃତ ମହାନ୍ତକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ଅମୃତଙ୍କର ଜୀବନ ଯାଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ପରିବାର ଲଓକେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା । ଏହି ଘଟଣାରେ ଅଭିଯୁକ୍ତକୁ ଗହଳାମୁଣ୍ଡା ଗାଁ ନିକଟ ଜଙ୍ଗଲରୁ ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଝାରପୋଖରିଆ ଥାନାଧିକାରୀ ।

Leave A Reply

Your email address will not be published.