
କଟକ : ଐତିହାସିକ କଟକ ବାଲିଯାତ୍ରାକୁ ଜାତିସଂଘ ୟୁନେସ୍କୋ ଦ୍ୱାରା ଐତିହ୍ୟ ତାଲିକାରେ ସ୍ଥାନିତ କରିବାକୁ ଦାବି କରିଥିବା ମନୋଜ କୁମାର ସାହୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନୀତ କରାଯାଇଛି । ଆଠଗଡର ଶ୍ରୀକୃଷ୍ଣ ଗୁରୁକୁଳର କୂଳସଚିବ ତଥା ‘ବିଶ୍ବ ଓଡିଶା’ର ପ୍ରତିଷ୍ଠାତା ମନୋଜ କୁମାର ସାହୁ କଟକ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଯେଉଁ ଦାବି କରିଥିଲେ।
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ନେତାଜୀ ସଂସ୍କୃତି ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କୁ ବାଲିଯାତ୍ରା ସ୍ମାରକ, ଓଡ଼ିଶା ଦିବସ ସମ୍ମାନ ଫଳକ, ଅଙ୍ଗବସ୍ତ୍ର ଓ ଅନ୍ୟାନ୍ୟ ଉପହାର ପ୍ରଦାନ କରି ସମ୍ମାନୀତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମବାୟ,ବୟନ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ,
ସମ୍ମାନୀତ ଅତିଥି ଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ଚୌଦ୍ଵାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, କଟକ ମହାନଗର ନିଗମ ଆୟୁକ୍ତ ସୁଶ୍ରୀ କିରନଦୀପ କୌର ପ୍ରମୁଖ ଉପସ୍ଥିତ ଥିଲେ ।