ଆପ୍ ଦଳ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଘବ ଚଢା

add-all

ନୂଆଦିଲ୍ଲୀ : ଶେଷରେ ନିଜ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ରଖିଛନ୍ତି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା। ତାଙ୍କ ବିରୋଧରେ ଦଳ ଆଣିଥିବା ୩ଟି ଅଭିଯୋଗକୁ ଦଳ ଉପରକୁ ଠେଲି ଦେଲେ ରାଘବ।
ରାଜ୍ୟସଭାରେ ଆପ ସାଂସଦ ଦଳୀୟ ଉପନେତା ପଦରୁ ରାଘବ ଚଢ଼ାଙ୍କୁ ହଟାଇଥିଲା ଦଳ। ରାଘବନକ ବିରୁଦ୍ଧରେ ଦଳ ୩ଟି ଅଭିଯୋଗ ଆଣି ତାଙ୍କୁ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇ ସାଂସଦ ସଚିବଙ୍କୁ ଚିଠି ଲେଖିଥିଲା। ଏଥିସହ ତାଙ୍କର କହିବାର ସମୟ ମଧ୍ୟ କାମ କରିଥିଲା ଦଳ। ଯାହାକୁ ନେଇ ରାଘବ ଆଜି ଉତ୍ତର ରଖିଛନ୍ତି।
ସମାଜିକ ଗଣମାଧ୍ୟମ “ଏକ୍ସ”ରେ ଏକ ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି,ଗତକାଲିଠାରୁ ମୋ ବିରୁଦ୍ଧରେ ଏକ ସ୍କ୍ରିପ୍ଟ ଲେଖାଥିବା ଅଭିଯାନ ଚାଲିଛି। ସମାନ ଭାଷା, ସମାନ ଶବ୍ଦ, ସମାନ ଅଭିଯୋଗ। ଏହା କୌଣସି ସଂଯୋଗ ନୁହେଁ, ବରଂ ଏକ ସମନ୍ୱିତ ଆକ୍ରମଣ। ପ୍ରଥମେ, ମୁଁ ଭାବିଲି ଯେ ମୋତେ ଉତ୍ତର ଦେବା ଉଚିତ୍ ନୁହେଁ। ତା’ପରେ ମୁଁ ଭାବିଲି ଯେ ଯଦି ଏକ ମିଛକୁ ୧୦୦ଥର ପୁନରାବୃତ୍ତି କରାଯାଏ, ତେବେ କିଛି ଲୋକ ଏହାକୁ ବିଶ୍ୱାସ କରିପାରନ୍ତି। ତେଣୁ ମୁଁ ଜବାବ ଦେବାକୁ ନିଷ୍ପତ୍ତି ନେଇଥିଲି।
ଆମ ଆଦମୀ ପାର୍ଟି ତିନୋଟି ଅଭିଯୋଗ ଆଣିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଏହି ତିନୋଟି ଅଭିଯୋଗ ଯୋଗୁଁ ଦଳ ରାଘବ ଚଢାଙ୍କୁ ସଂସଦରେ କହିବାର ସୁଯୋଗ ଦେବ ନାହିଁ। ପ୍ରଥମ ଅଭିଯୋଗ ହେଉଛି ଯେତେବେଳେ ବିରୋଧୀ ସଂସଦ କକ୍ଷତ୍ୟାଗ କରନ୍ତି ସେତେବେଳେ ରାଘବ ଚଢା ଗୃହରେ ବସି ରୁହନ୍ତି। ଏହା ଏକ ସ୍ପଷ୍ଟ ମିଛ ଅଭିଯୋଗ।
ଦ୍ୱିତୀୟ ଅଭିଯୋଗ ଥିଲା ଯେ ରାଘବ ଚଢା ମୁଖ୍ୟ ନିର୍ବାଚନ କମିଶନରଙ୍କୁ ବହିଷ୍କାର କରିବା ପାଇଁ ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆବେଦନରେ ସ୍ୱାକ୍ଷର କରିବାକୁ ମନା କରିଥିଲେ। ଆଉ ଏକ ସ୍ପଷ୍ଟ ମିଛ। କୌଣସି ଆମ ଆଦମୀ ପାର୍ଟି ନେତା ମୋତେ ଏହି ପ୍ରସ୍ତାବରେ ସ୍ୱାକ୍ଷର କରିବାକୁ କହି ନଥିଲେ। ଆନୁଷ୍ଠାନିକ ଭାବରେ କିମ୍ବା ଅନୌପଚାରିକ ଭାବରେ ମଧ୍ୟ ମୋତେ ଜଣାଇ ନଥିଲେ।
ଆମ ଆଦମୀ ପାର୍ଟିର ରାଜ୍ୟସଭାରେ ମୋଟ ୧୦ଜଣ ସାଂସଦ ଅଛନ୍ତି ସେମାନଙ୍କ ମଧ୍ୟରୁ ଛଅ କିମ୍ବା ସାତ ଜଣ ପ୍ରସ୍ତାବରେ ସ୍ୱାକ୍ଷର କରି ନଥିଲେ। ତେବେ ଏଥିରେ ମୋର ଦୋଷ କ’ଣ ? କାହିଁକି ସବୁ ଦୋଷ କ’ଣ ମୋ ଉପରେ ଲଗାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ରାଘବ।

ad-week
Leave A Reply

Your email address will not be published.