ମାସିକ ସାରସ୍ବତ ସମାରୋହ

add-all

ବ୍ରହ୍ମପୁର : ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମ ପକ୍ଷରୁ ଆୟୋଜିତ ମାସିକ ସାହିତ୍ୟ ଆସର କାର୍ଯ୍ୟକ୍ରମ ସ୍ଥାନୀୟ ଐତିହାସିକ ଗୌରବମୟ ଉତ୍କଳ ଆଶ୍ରମର ପାଠାଗାର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ଗବେଷକ ଭେଙ୍କଟ ବିହାରୀ ପ୍ରହରାଜ ଓ ବରିଷ୍ଠ କବି ପ୍ରଫୁଲ୍ଲ କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପ୍ରାରମ୍ଭିକ ଭଜନ ଗାନ କରି ସଭାକାର୍ଯ୍ୟ କୁ ଆଗକୁ ନେବାରେ ସହଯୋଗ କରିଥିଲେ। ବିଶିଷ୍ଟ ସାହିତ୍ୟିକ ଡକ୍ଟର ସୁରେନ୍ଦ୍ର ନାଥ ପାଣିଗ୍ରାହୀ ସଭାପତି । ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ସ୍ବାଗତ ଭାଷଣ,ମଞ୍ଚ ସଞ୍ଚାଳନ କରିବା ସହ ସଂସଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ୨୦୨୬ ର ବାର୍ଷିକ ମୁଖପତ୍ର ଭାରତୀ ର ମହିଳା ବିଶେଷାଙ୍କ ପ୍ରକାଶିତ ହେବ ଏଥିରେ କବି ଓ ପ୍ରବନ୍ଧ ସ୍ଥାନିତ ହେବ।

ସାହିତ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରିବା ଉଚିତ। ମାଟି,ମାଆ ଓ ମାତୃଭାଷା ପ୍ରତି ନିଜକୁ ନିୟୋଜିତ ହୋଇଯିବା ଉଚିତ।ଆମ ଅଞ୍ଚଳ ଓ ଆମ କିମ୍ବଦନ୍ତୀ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର କିମ୍ବଦନ୍ତୀ ସମ୍ପର୍କରେ ଅନେକ ଅନାଲୋଚିତ ତଥ୍ୟ ଲୋକଲୋଚନକୁ ଆସିପାରିବ। ସେହି ଦୃଷ୍ଟିରୁ ଆଜି ପୁରୁଷୋତ୍ତମପୁର ଅଞ୍ଚଳର କିମ୍ବଦନ୍ତୀ ଆଲୋଚ୍ୟ ବିଷୟ। ସଭାପତି ଡକ୍ଟର ପାଣିଗ୍ରାହୀ ନିଜସ୍ୱ ମତପ୍ରକାଶ କରିଥିଲେ। ଆଲୋଚକ କବି ଓ ଅଧ୍ୟାପକ ତ୍ରିଲୋଚନ ଦାଶ ପୁରୁଷୋତ୍ତମପୁର ଅଞ୍ଚଳର କିମ୍ବଦନ୍ତୀ ଲୋକକଥା କୁ ନେଇ କଥା ଉପସ୍ଥାପନ କରିଥିଲେ। ସେଥିମଧ୍ୟରୁ ବିଭିନ୍ନ ଜନପଦ ବ୍ରାହ୍ମଣଶାସନ , ଭେଙ୍କଟରାୟପୁର, ଜଗନ୍ନାଥ ପୁର, ଦାମୋଦର ପୁର, କୁମାରୀ,ପାଣ୍ଡିଆ,ରାଉଳପଲ୍ଲୀ, ବୀର ଜଗନ୍ନାଥ ପୁର,ସମାପା, ପ୍ରତାପପୁର ,ମଠ,ବେଢ, ବିଳାସପୁର ଆଦିର ନାମକରଣ ପର୍ବତ,ଗିରି ଓ ପାହାଡ ଶୈବପୀଠ ତୁମ୍ବେଶ୍ଵର, ଗୁପ୍ତେଶ୍ୱର ଆଦି ତାରାତାରିଣୀ, ଦକ୍ଷିଣକାଳୀ, ତାରା,ସଙ୍କଟତାରିଣୀ ଆଦି ଶକ୍ତି ପୀଠ। ଐତିହାସିକ ଜଉଗଡ ସମ୍ପର୍କରେ ବିଭିନ୍ନ ପୁରାଣ, ଇତିହାସ ବିଭିନ୍ନ ଧର୍ମ ଦୃଷ୍ଟିରୁ ଆଲୋଚନା କରିଥିଲେ। ଡାଳଖାଇ ଓ ବାଇଧର ମହାପ୍ରଭୁଙ୍କ ସମ୍ପର୍କରେ ଅନେକ ରୋଚକପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ପୁରୁଷୋତ୍ତମପୁର ଅଞ୍ଚଳର ବିଭିନ୍ନ କିମ୍ବଦନ୍ତୀ ସମ୍ପର୍କରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ବେଙ୍କଟ ବିହାରୀ ପ୍ରହରାଜ ବାସୁ ପ୍ରହରାଜ ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରିଥିଲେ।

ସଂସଦର ସହ ସମ୍ପାଦିକା ଗାୟତ୍ରୀ ପାଣିଗ୍ରାହୀ କବିତା ସଂଯୋଜନା କରିଥିଲେ। ଏଥିରେ ବିଜୟ ଚନ୍ଦ୍ର ମିଶ୍ର,ଇ,ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଗାୟତ୍ରୀ ପାଣିଗ୍ରାହୀ, ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ, ମନୋଜ କୁମାର ପାଣିଗ୍ରାହୀ, ବଂଶୀଧର ସେଠୀ, ତ୍ରିଲୋଚନ ଦାଶ, ଡକ୍ଟର ଚିତ୍ତରଞ୍ଜନ ପଟ୍ଟନାୟକ, ମିହିର ରଥ ,ହରେକୃଷ୍ଣ ପଣ୍ଡା ଡକ୍ଟର ସୁଜିତ୍ କୁମାର ପଣ୍ଡା, ସୁଧାଞ୍ଜଳୀ ମିଶ୍ର, ଶିବସୁନ୍ଦର ରଥ,ଆଦି କବିତା ପଠନ କରିଥିଲେ । ବ୍ରଜେନ୍ଦ୍ର କୁମାର ଦାଶ, ବିଘ୍ନେଶ୍ୱର ସାହୁ ଆଦି ସହଯୋଗ କରିଥିଲେ। 25 ରୁ ଉର୍ଦ୍ଧ୍ବ ସାରସ୍ବତ ପ୍ରେମୀ ଉପସ୍ଥିତ ରହି ସଭାର ସୈ।ନ୍ଦର୍ଯ୍ୟବୃଦ୍ଧି କରିଥିଲେ। ପରିଶେଷରେ ସଂସଦର ଉପସଭାପତି ଡକ୍ଟର ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.