ଗହଣା ଡକାୟତି, ଗୋଲ୍ଡ ବିସ୍କୁଟ ଓ ବିଦେଶ ଲିଙ୍କ୍: କ୍ରାଇମ ସିଣ୍ଡିକେଟକୁ ଖୋଜୁଛି ୪ ରାଜ୍ୟର ପୁଲିସ

add-all

କଟକ: ଚୌଦ୍ୱାର ଜେଲରୁ ଫେରାର ଅପରାଧୀ ରାଜା ସାହାଣୀ ଗିରଫ ପରେ ଭାରତରୁ ବିଦେଶ ଗୋଲ୍ଡ ବିସ୍କୁଟ ଚାଲାଣର ସୁରାକ୍ ପାଇଛି ପୁଲିସ। ଖାସ୍ ସେଥିପାଇଁ ବ୍ୟାଙ୍କ ଡକାୟତିରୁ ଗହଣା ସୋ ରୁମ୍ ଡକାୟତି ପାଇଁ ଫୋକସ୍ କରୁଥିଲା। ଭାରତରୁ ବିଦେଶକୁ ଗୋଲ୍ଡ ବିସ୍କୁଟ କାରବାର ଲିଙ୍କ୍ କାଢ଼ିବା ପୁଲିସ ପାଇଁ ଚାଲେଞ୍ଜ ହୋଇଛି। ଏସବୁ ତଥ୍ୟ କାଢ଼ିବାକୁ ଏବେ ୪ ରାଜ୍ୟରପୁଲିସ ଓଡ଼ିଶାର କଟକ ମୁହାଁ ହୋଇଛନ୍ତି। ଡକାୟତି ପରେ ସୁନାକୁ କେମିତି ଗୋଲ୍ଡ ବିସ୍କୁଟ କରନ୍ତି, ତାକୁ କାହାକୁ ହସ୍ତାନ୍ତର କରନ୍ତି। ନେପାଳ ଦେଇ ଯାଏ ଗୋଲ୍ଡ ବିସ୍କୁଟ। କେମତି ଆଉ କାହା ମାଧ୍ୟମରେ ବିଦେଶ ସପ୍ଲାଏ ହେଉଚି ଗୋଲ୍ଡ ବିସ୍କୁଟ। ସେଥିପାଇଁ ରାଜା ସାହାଣୀକୁ ଜେରା କରିବା ଜରୁରୀ ହୋଇଚି। ଗୋଲ୍ଡ ବିସ୍କୁଟ ସିଣ୍ଡିକେଟ ପଛରେ କିଏ ଧରିବା ପୁଲିସ ପାଇଁ ଚାଲେଞ୍ଜ ହୋଇଚି। ଖାଲି ସେତିକି ନୁହେଁ ଡକାୟତି ସୁନାରୁ ସଂଗୃହୀତ ଅର୍ଥକୁ ହୋଟେଲ ଏବଂ ଜମିରେ ବିନିଯୋଗ କରୁଥିଲେ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ । ଏସବୁ ପୁଲିସ କାଢି ପାରିବ ତ, ଯାହା ପୁଲିସ ପାଇଁ ଚାଲେଞ୍ଜ ହୋଇଛି।
ସେପଟେ କଟକ କମିଶନରେଟ ପୁଲିସ ଅଭିଯୁକ୍ତ ରାଜା ସାହାଣୀକୁ ରିମାଣ୍ଡରେ ଆଣି ଗୋଲ୍ଡ ବିସ୍କୁଟ ଲିଙ୍କ୍, ଚୌଦ୍ୱାର ଜେଲ୍ ଫେରାର ଲିଙ୍କ୍ , ଓଡ଼ିଶାରେ ଗ୍ୟାଙ୍ଗର ଆଉ କେହି ସଦସ୍ୟ ରହିଛନ୍ତି କି, ବେଆଇନ୍ ଅର୍ଥ କାରବାର ଏବଂ ଗୁପ୍ତ ସମ୍ପତି ଲିଙ୍କ୍ ଏ ସବୁ ତଥ୍ୟ କାଢ଼ିବାକୁ ଲକ୍ଷ୍ୟ ରଖିଚି। ଦରକାର ପଡ଼ିଲେ ପୂର୍ବରୁ ଗିରଫ ହୋଇଥିବା ମଧୁକାନ୍ତ୍ ଏବଂ ରାଜା ସାହାଣୀ ଉଭୟକୁ ଆଣି ପରେ ରିମାଣ୍ଡରେ ନେଇପାରେ। ସେହି ପରି ରାଜ୍ୟ ବାହାର ବିଶେଷ କରି ଆନ୍ଧ୍ର, ବିହାର, କର୍ଣ୍ଣାଟକ ଓ ଝାଡ଼ଖଣ୍ଡ ପୁଲିସ ଓଡ଼ିଶା ଆସି କୋର୍ଟର ଅନୁମତି ନେଇ ଜେରା କରିପାରେ। ଅଥବା ରିମାଣ୍ଡ ପାଇଁ ଦରକାର ପଡ଼ିଲେ ସେମାନେ ମଧ୍ୟ ନିଜ ରାଜ୍ୟକୁ ନେଇ ଜେରା କରିପାରନ୍ତି। ତେବେ ସୁରକ୍ଷା ଦୃଷ୍ଟିକୋଣରୁ କୋର୍ଟ କେଉଁ ନିଷ୍ପତ୍ତି ନେଇଛନ୍ତି ତାହା ପରେ ଜଣାପଡ଼ିବ।

ad-week
Leave A Reply

Your email address will not be published.