ରାସ୍ତାରେ ପଡ଼ିଛି ଯୁବକଙ୍କ ମୃତଦେହ, ପରକୀୟା ପ୍ରୀତିରୁ ହତ୍ୟା!

add-all

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅଧୀନରେ ଥିବା ବାହାରଣା ପଞ୍ଚାୟତରେ ଜନତା କୋଠି ଠାରୁ କପିଳା ତୋଟା ରାସ୍ତାମଝିରେ ପଡି ରହିଛି ବିଜୟ କୁମାର ସ୍ଵାଇଁ (୪୦) ଓରଫ ଗୋରାର ମୃତଦେହ।
ସୂଚନା ମୁତାବକ, ବିଜୟ ଦିନ ମଜୁରିଆ ବାହାରଣା ପଞ୍ଚାୟତର ତଳକୁସୁମା ଗ୍ରାମର ବାଲିପାଟଣା ପଡାରେ ତାଙ୍କ ଘର ଗତକାଲି ବିଳମ୍ବିତ ରାତିରେ ରାସ୍ତାରେ ଯାଉଥିବା ବାଟୋଇ ବିଜୟଙ୍କ ମୃତଦେହ ରାସ୍ତାକଡରେ ପଡି ରହିଥ‌ିବାର ଦେଖିବାକୁ ପାଇଥିଲେ ସଙ୍ଗେ ସଙ୍ଗେ ଏହି ଖବର ବିଜୁଳି ବେଗରେ ପ୍ରଚାରିତ ହୋଇଯିବା ପରେ ସ୍ଥାନୀୟ ଲୋକେ ଜମା ହୋଇ ଯାଇଥିଲେ।
ପୁଲିସ ମଧ୍ଯ ଖବର ପାଇ ସେଠାରେ ପହଞ୍ଚି ଯାଇଥିଲେ। ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ସନ୍ଦେହରେ ଚାରି ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ବେଳେ ପରକୀୟା ପ୍ରୀତିରୁ ବିଜୟକୁ ହତ୍ୟା କରା ଯାଇ ଥିବାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.